ନୀଳଗିରି ୨୬।୦୩: ଭାଲୁ ପାଇଁ ରାତିରେ ବନ ବିଭାଗର ପାଟ୍ରୋଲିଂ । ବାଲେଶ୍ଵର ଜିଲ୍ଲା ନୀଳଗିରି ସହର ଭିତରକୁ କିଛିଦିନ ହେଲା ଭାଲୁ ପଶି ଆସିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
ବୁଧବାର ମଧ୍ୟ ରାତ୍ରରେ ଗୋଟିଏ ଭାଲୁ ସହରର ବିଭିନ୍ନ ଗଳିକନ୍ଦିରେ ବୁଲି ଆତଙ୍କ ଖେଳାଇଥିଲା।ଏପରିକି ଜଣେ ବାଇକ ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିଲେ । କୁକୁର ମାନେ ଭାଲୁକୁ ଗୋଡ଼ାଇବାରୁ ସେ ଅନ୍ୟତ୍ର ପଳାଇଥିଲା। ଭାଲୁ ବୁଲୁଥିବାରୁ ତାର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ନୀଳଗିରି ରେଞ୍ଜର ବନ କର୍ମଚାରୀଙ୍କ ସମେତ କିଛି ଅଞ୍ଚଳବାସୀ ଭାଲୁକୁ ଜଗି ରହିଥିବା ଦେଖିବାକୁ ମିଳିଛି।
from Prameya News7 https://ift.tt/2NS2q6M
ନୀଳଗିରି ସହରରେ ଭାଲୁ ଆତଙ୍କ, ରାତିସାରା ବନବିଭାଗର ପାଟ୍ରୋଲିଂ
Reviewed by SUBHENDU BARAL
on
March 25, 2021
Rating:
No comments: