ଭଉଣୀ ସହ ହେଉଥିଲା କଥା, ଅପହରଣ ପରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଅଲ୍ଲୀଗଡ ୨୭।୩: ଅଲ୍ଲୀଗଡ ଖେର ଥାନା ଅନ୍ତର୍ଗତ ଜଣେ ଆଇଆଇଟି ଛାତ୍ର ନିଜ ସାଙ୍ଗକୁ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏମିତିକି ହତ୍ୟା ପରେ ମୃତକର ପରିବାରକୁ ୨୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା । ପରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।

ପୋଲିସ କହିବା ଅନୁଯାୟୀ ଗତ ୨୨ ମାର୍ଚ୍ଚରେ ଜଣେ ଆଇଆଇଟି ଛାତ୍ର ସୁରେନ୍ଦ୍ରପାଲଙ୍କ ଅପହରଣ ନେଇ ଥାନାରେ ମାମଲା ଦାୟର ହୋଇଥିଲା । ଘଟଣାର ତଦନ୍ତ କରୁଥିଲେ ୩ ଜଣିଆ ଟିମ୍ । ମୃତ ସୁରେନ୍ଦ୍ରପାଲଙ୍କ ପରିବାର ଲୋକେ ସାଙ୍ଗ ଶିବକୁମାର ଓରଫ ରିଙ୍କୁର ସଂପୃକ୍ତି ଥିବା ନେଇ ପୋଲିସକୁ ଜଣାଇଥିଲେ । ଭୁପେନ୍ଦ୍ରକୁ ପଚରା ଉଚରା ପରେ ସେ ପୋଲିସ ଆଗରେ ସତମାନିଥିଲା । ନିଜର ୨ ସାଙ୍ଗଙ୍କ ସହାୟତାରେ ସେ ଏଭଳି କାମ କରିଥିବା କହିଥିଲା । ସୂଚନା ଅନୁଯାୟୀ ମୃତକ ଛାତ୍ର ଜଣଙ୍କର ନିଜ ସାଙ୍ଗ ରିଙ୍କୁର ଭଉଣୀ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏମାନେ ଫୋନରେ କଥାହେଉଥିବା ସମୟରେ ରିଙ୍କୁ ଦେଖିଦେଇଥିଲା । ପରେ କଥାବାର୍ତ୍ତା ବନ୍ଦ କରିବାକୁ କହିବା ସହ ଭୁପେନ୍ଦ୍ରଙ୍କ ପରିବାର ଆଗରେ ଏନେଇ ଅଭିଯୋଗ କରିଥିଲେ । ତେବେ ଏତିକିରେ ରିଙ୍କୁର ମନ ମାନିନଥିଲା, ଆଉ ସବୁଦିନ ପାଇଁ ନିଜ ସାଙ୍ଗକୁ ରାସ୍ତାରୁ ହଟାଇବାକୁ ଠିକ୍ କରିଦେଇଥିଲା ।

ଶେଷରେ ଆଉ ୨ ଜଣଙ୍କ ସାଙ୍ଗଙ୍କ ସହ ମିଶି ସୁରେନ୍ଦ୍ରଙ୍କୁ ଅପହରଣ କରିବା ପ୍ଲାନ୍ କରିଥିଲେ । ପ୍ରଥମେ ସୁରେନ୍ଦ୍ର ମଦ ପିଇବା ସହ ଅନ୍ୟମାନେ ମଧ୍ୟ ମଦ ପିଇଥିଲେ । ଆଉ ସୁରେନ୍ଦ୍ର ନିଶାରେ ଚୂରି ହେବା ପରେ ଶୂନାଶାନ୍ ରାସ୍ତାକୁ ନେଇ ହାତ ଗୋଡ ବାନ୍ଧି ନିର୍ମମ ଭାବେ ହତ୍ୟା କରିବା ପରେ ଅନ୍ୟ ଏକ ଗାଁରେ ନେଇ ମାଟିତଳେ ପୋତିଦେଇଥିଲେ । ପରଦିନ ଘ ଲୋକଙ୍କୁ ୨୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ପୋଲିସ ତଦନ୍ତ କରିବା ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।



from Prameya News7 https://ift.tt/3dcWH46
ଭଉଣୀ ସହ ହେଉଥିଲା କଥା, ଅପହରଣ ପରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ ଭଉଣୀ ସହ ହେଉଥିଲା କଥା, ଅପହରଣ ପରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ Reviewed by SUBHENDU BARAL on March 26, 2021 Rating: 5

No comments:

Powered by Blogger.