ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟା,୧ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ

ନୟାଗଡ଼ ୨୭।୦୩: ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟା । ମାତ୍ର ୧ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗଦାଧରପ୍ରସାଦ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି ।

ଖବର ଅନୁଯାୟୀ, ଗୋବିନ୍ଦପୁର ଗାଁର ଗୋଲା ରାଉତ ଝିଅ ବାହାଘର ପାଇଁ ପ୍ରାୟ ଦେଢ ବର୍ଷ ତଳେ ଗଦାଧର ପ୍ରସାଦ ଗାଁର ରମେଶ ମୁଦୁଲିଙ୍କ ଠାରୁ ୧୫ ହଜାର ଟଙ୍କା ଧାର ନେଇଥିଲେ । ଠିକ୍ ସମୟରେ ଟଙ୍କା ଫେରସ୍ତ ନକରିବାରୁ କିଛି ଦିନ ତଳେ ରମେଶ ଶିଘ୍ର ଟଙ୍କା ଫେରାଇବା ପାଇଁ ଗୋଲାଙ୍କୁ କହିଥିଲେ । ସେହି ସମୟରେ ସୁଧ ସହ ୨୦ ହଜାର ଟଙ୍କା ଦେବେ ବୋଲି ଗୋଲା କହିଥିଲେ । ଉ ଗତକାଲି ରାତିରେ ଗୋଲା ୧୯ ହଜାର ଟଙ୍କା ରମେଶଙ୍କୁ ଫେରାଇଥିଲେ । ହେଲେ ସେହି ସମୟରେ ଆଉ ୧ ହଜାର ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଗୋଲା ଓ ରମେଶଙ୍କ ମଧ୍ୟରେ ଠେଲାପେଲାରେ ରମେଶ ତଳେ ପଡିଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରମେଶଙ୍କ ପୁଅ ଗୋଲାଙ୍କୁ ମାରଧର କରିଥିଲେ । ପରେ ଉଭୟ ନିଜନିଜ ଘରକୁ ପଳାଇଯାଇଥିଲେ । ହେଲେ ରାତି ପ୍ରାୟ ୧୧ଟା ବେଳକୁ ରମେଶ ନିଜ ଘର ଦୁଆରେ ଛିଡା ହୋଇଥିବା ବେଳେ ଗୋଲା ରାଉତଙ୍କ ପୁଅ ଲକ୍ଷ୍ମୀଧର ଭୁଜାଲିରେ ରମେଶଙ୍କୁ ଆକ୍ରମଣ କରି ପଳାଇଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକ ରମେଶଙ୍କୁ ନୟାଗଡ ମେଡିକାଲ ଆଣିଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିବା ବେଳେ ଇଟାମାଟି ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଅପରାଧୀକୁ ଧରିବାକୁ ପୋଲିସ ତନାଘନା ଚଳାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।



from Prameya News7 https://ift.tt/3w5N9Aw
ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟା,୧ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟା,୧ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ Reviewed by SUBHENDU BARAL on March 26, 2021 Rating: 5

No comments:

Powered by Blogger.