କଟକ ବଡ ମେଡିକାଲରେ ବଡପଣ ଦେଖାଇଲେ ବାବୁସାନ : ବିଦ୍ୟୁତ ଆଘାତ ପରେ ଜୀବନ ସହ ସଙ୍ଘର୍ଷ କରୁଥିବା ନବମ ଶ୍ରେଣୀର ଚିଣ୍ଟୁକୁ ଭେଟିଲେ Kanak News
କନକ ବ୍ୟୁରୋ : କଟକ ବଡ ଡାକ୍ତରଖାନାରେ ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଥିବା ଚିଂଟୁକୁ ଭେଟିଛନ୍ତି ଅଭିନେତା ବାବୁ ସାନ୍ । ମେଡିକାଲରେ ବେଡରେ ପଡି ଜୀବନ ସହ ସଂଘର୍ଷ କରୁଥିବା କୁନି ଫ୍ୟାନକୁ ବାବୁସାନ୍ ଭେଟିଛନ୍ତି । ଡାକ୍ତରଖାନା ବେଡରେ ପଡି ଜୀବନ ସହ ସଂଘର୍ଷ କରୁଥିବା ଚିଂଟୁ ଅଭିନେତା ବାବୁସାନଙ୍କୁ ଖୋଜୁଥିବା ଖବର ଦୈନିକ ଖବର କାଗଜ ସଂବାଦରେ ପ୍ରକାଶିତ ହେବା ପରେ, ବାବୁସାନ୍ ଡାକ୍ତରଖାନାକୁ ଯାଇ ତାଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥା ନେଇ ପଚାରି ବୁଝିଛନ୍ତି । ଏନେଇ ନିଜ କୁନି ପ୍ରଶଂସକଙ୍କ ସହ ଭେଟିବା ସମୟର ଫଟୋ ବାବୁସାନ ସୋସିଆଲ ମିଡିଆରେ ଅପଲୋଡ କରି ଚିଂଟୁର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
୧୧ କେଭି ବିଜୁଳି ତାର ସଂସ୍ପର୍ଶରେ ଆସିଯିବା ପରେ ଦେହ ଜଳି ଯାଇଥିଲା । ଏବେ ଡାକ୍ତର ଚିଂଟୁଙ୍କର ଦୁଇଟି ହାତ ଓ ଗୋଟିଏ ଗୋଡ କାଟି ଦେଇଛନ୍ତି । ଦୁଇ ହାତ ଓ ଗୋଡ ହରାଇବା ପରେ ଚଳିତ ବର୍ଷ କିପରି ପାଠ ପଢି ପରୀକ୍ଷା ଦେବେ କେହି କଥା ଭାବି ଚିଂଟୁଙ୍କ ଆଖିରୁ ଲୁହ ଶୁଖୁନି । ଏପଟେ ପୁଅର ଅଧିକ ଚିକିତ୍ସା ପାଇଁ ପରିବାର ହାତରେ ମଧ୍ୟ ଅର୍ଥ ନାହିଁ । ଚିଂଟୁଙ୍କର ବାପା ପ୍ରଦୀପ ବିଶ୍ୱାଳ ଜଣେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରନ୍ତି । ପୁଅର ଚିକିତ୍ସା ପାଇଁ ଏବେ ଆର୍ଥିକ ସମସ୍ୟା ଦେଖା ଦେଇଥିବାରୁ ଚିନ୍ତାରେ ପଡିଛନ୍ତି । ସହୃଦୟ ବ୍ୟକ୍ତି ଚିଂଟୁଙ୍କର ସହାୟତା ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ଚିଂଟୁଙ୍କର ପରିବାର ।
from Kanak News https://ift.tt/3siGvV1 https://ift.tt/3kl45hc
No comments: