ଲୋପ ପାଇବା ଉପରେ ପିଙ୍କ୍ ଡଲଫିନ୍ । ନଦୀ ଜଳ ପ୍ରଦୂଷିତ କାରଣରୁ ହୋଇପାରୁନି ବଂଶ ବିସ୍ତାର Kanak News

ଆମାଜନ୍‌ ନଦୀ ଅବବାହିକାରେ ଏକଦା ବହୁ ସ˚ଖ୍ୟାରେ ଦେଖାଯାଉଥିବା ଗୋଲାପୀ ଡଲ୍‌ଫିନ୍‌ ଏବେ ଧ୍ବ˚ସାଭିମୁଖୀ। ନଦୀର ଉପରମୁଣ୍ତ ପ୍ରଦୂଷିତ ହେବା କାରଣରୁ ଏହି ପ୍ରଜାତିର ବ˚ଶ ବଢ଼ୁନାହିଁ। ସ˚ପ୍ରତି ସମଗ୍ର ଆମାଜନ୍‌ ଅବବାହିକାରେ ଏମାନଙ୍କ ସ˚ଖ୍ୟା ପଚାଶକୁ ହ୍ରାସ ପାଇଥିବା ଆଶଙ୍କା କରାଯାଉଛି।

ଗୋଲାପୀ ଡଲ୍‌ଫିନ୍‌କୁ ନେଇ ସେଠାରେ ଏକ କିଂବଦନ୍ତି ପ୍ରଚଳିତ। ଏହି ଡଲ୍‌ଫିନ୍‌ ପ୍ରଜାତିର ସମସ୍ତେ ପୁରୁଷ ବୋଲି ସ୍ଥାନୀୟ ଅଧିବାସୀଙ୍କ ଧାରଣା ଏବ˚ ସେମାନେ ରାତିରେ ସୁନ୍ଦର ଯୁବକରେ ପରିଣତ ହୋଇ ସ୍ଥାନୀୟ ଯୁବତୀଙ୍କୁ ଗର୍ଭବତୀ କରିଥା’ନ୍ତି! ଜନ୍ମିତ ଶିଶୁ କିନ୍ତୁ ଡଲ୍‌ଫିନ୍‌ ନ ହୋଇ ମଣିଷ ହୁଏ। ଏହି କାରଣରୁ ସେମାନଙ୍କର ସ˚ଖ୍ୟା ବଢ଼ୁ ନ ଥିବା ସ୍ଥାନୀୟ ଅଧିବାସୀଙ୍କର ବିଶ୍ବାସ। ଏହି ଡଲ୍‌ଫିନ୍‌ର ଯୌନାଙ୍ଗ ମଣିଷ ପରି ଦିଶୁଥିବାରୁ ଏବ˚ ଅନ୍ୟ ଡଲ୍‌ଫିନ୍‌ ପରି ଏହା ଗୋଷ୍ଠୀରେ ରହୁ ନ ଥିବାରୁ ଏ ଭଳି କିଂବଦନ୍ତି ସୃଷ୍ଟି ହୋଇଥାଇପାରେ!

ଏହି କିଂବଦନ୍ତି ଆଧାରରେ ‘ଇଲି ଆନ୍‌ଡ ବୋଟୋ’ ନାମକ ଫିଲ୍ମ ତିଆରିକରାଯାଇଥିଲା। ପ୍ରାଣୀ ବିଜ୍ଞାନୀଙ୍କ ଗବେଷଣା ଅନୁଯାୟୀ ଏହା ଅନ୍ୟ ପ୍ରଜାତିର ଡଲ୍‌ଫିନ୍‌ ତୁଳନାରେ ଅଧିକ ବୁଦ୍ଧିମାନ୍‌। ଏହାର ଆକାର ବଡ଼ ହୋଇ ନ ଥିଲେ ହେଁ ମସ୍ତିଷ୍କ, ମଣିଷ ମସ୍ତିଷ୍କ ଅପେକ୍ଷା ଚାଳିଶ ପ୍ରତିଶତ ବଡ଼। ଏହା ଛୋଟ ଜଳଚର ପ୍ରାଣୀ ଶିକାର କରେ।


from Kanak News https://ift.tt/2MhvvHY https://ift.tt/2Nsmmx4
ଲୋପ ପାଇବା ଉପରେ ପିଙ୍କ୍ ଡଲଫିନ୍ । ନଦୀ ଜଳ ପ୍ରଦୂଷିତ କାରଣରୁ ହୋଇପାରୁନି ବଂଶ ବିସ୍ତାର Kanak News ଲୋପ ପାଇବା ଉପରେ ପିଙ୍କ୍ ଡଲଫିନ୍ । ନଦୀ ଜଳ ପ୍ରଦୂଷିତ କାରଣରୁ ହୋଇପାରୁନି ବଂଶ ବିସ୍ତାର Kanak News Reviewed by SUBHENDU BARAL on February 23, 2021 Rating: 5

No comments:

Powered by Blogger.