ଢେଙ୍କାନାଳ, ୨୦/୦୨: ଝିଅକୁ କମେଣ୍ଟ ମରାକୁ ନେଇ ବଚସାରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡା ଗ୍ରାମରେ ତୁମୂଳକାଣ୍ଡ ଘଟିଛି । ସଙ୍ଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି । ମୃତକ ହେଲେ ପରଜଙ୍ଗ ଥାନା କଙ୍କଡାସୋଡା ଗ୍ରାମର ବାପା ପୂର୍ଣ୍ଣ ଚନ୍ଦ୍ର ବାଇ। । ଆକ୍ରମଣରେ ପୂର୍ଣ୍ଣ ଚନ୍ଦ୍ରଙ୍କ ପୁଅ ମୋହନ ବାଇ ମଧ୍ୟ ଗୁରୁତର ହୋଇଛନ୍ତି ।
ସୁଚନା ଅନୁସାରେ, ପୂର୍ଣ୍ଣ ଚନ୍ଦ୍ରଙ୍କ ନାତୁଣୀକୁ ତାଙ୍କ ଗ୍ରାମର ଭୋଇ ପରିବାରର ଜଣେ ଯୁବକ କମେଣ୍ଟ ମାରିଥବାକୁ ନେଇ ବଚସା ହୋଇଥିଲା ।ଫଳରେ ଶୁକ୍ରବାର ରାତିରେ ପୂର୍ଣଚନ୍ଦ୍ର ମଝିଆଁ ପୁଅ ଘରକୁ ଖିର ଆଣିବାକୁ ଯାଉଥିବା ବେଳେ ଭୋଇ ପରିବାରର ସିପୁନ ଭୋଇ,ଟୁକୁନା ଭୋଇ,ପବିତ୍ର ଭୋଇ,ଭଜମନ ଭୋଇ,ବିଦେଶି ଭୋଇ,ଅର୍ଚନା ଭୋଇ,ଚିନ୍ମୟି ଭୋଇ,ସିଲୁ ଭୋଇ ଅତର୍କିତ ଭାବେ ମାରଣାସ୍ତ୍ର ଯୋଗେ ଆକ୍ରମଣ କରିଥିଲେ।ଏହି ସମୟରେ ପୂର୍ଣଚନ୍ଦ୍ରଙ୍କୁ ବଞ୍ଚାଇବାକୁ ଯିବା ବେଳେ ପୁଅ ମୋହନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ମଦନଙ୍କ ହାତରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ଉଭୟଙ୍କୁ ଚିକିତ୍ସା ପାଇଁ ପର୍ଜଙ୍ଗ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ବାପା ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି। ପୁଅ ମୋହନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ଚିକିତ୍ସାଳୟକୁ ସ୍ଥନାନ୍ତର କରାଯାଇଛି। ଏନେଇ ପୂର୍ଣଚନ୍ଦ୍ରଙ୍କ ସାନପୁଅ ପର୍ଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।
from Prameya News7 https://ift.tt/3aBzxEH
No comments: