ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଜଣେ ବାଂଲାଦେଶୀ ! ଗିରଫ ପରେ ସାମ୍ନାକୁ ଆସିଲା ସତ, କଂଗ୍ରେସ ଆଣିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ, ୨୦/୦୨:  କଂଗ୍ରେସ ମୁଖପାତ୍ର ସଚିନ ସାଓ୍ୱନ୍ତ ଜଣେ ବାଂଲାଦେଶୀର ଗିରଫଦାରୀକୁ ନେଇ ଟ୍ୱିଟ୍ କରିଛନ୍ତି । ଏହି ବାଂଲାଦେଶୀ ନାଗରିକ ଉତ୍ତର ମୁମ୍ବାଇରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ କାମ କରୁଥିଲେ ।  ଯାଞ୍ଚ ବେଳେ ସେ ବାଂଲାଦେଶୀ ବୋଲି ସ୍ପଷ୍ଟ ହୋଇଥିଲା ।  ଭାରତରେ ଜାଲ୍ କାଗଜପତ୍ରରେ ସେ ରହୁଥିବା କଂଗ୍ରେସ ନେତା କହିଛନ୍ତି ।

ଗିରଫ ବାଂଲାଦେଶୀ ହେଲେ ୨୪ ବର୍ଷୀୟ ଜୋନୁ ଶେଖ୍  ଓରଫ ରୁବେଲ। ସଚିନ କହିଛନ୍ତି ଯେ, ଏହା ହେଉଛି ବିଜେପିର ସଙ୍ଘ ଜିହାଦ । କିଛି ବିଜେପି କର୍ମୀ ଗାଇ ଚାଲାଣରେ ସଂପୃକ୍ତ ଥିବା ବେଳେ ଆଉ କିଛି ଆଇଏସଆଇଏସ ସହ ସମ୍ପର୍କରେ ଧରା ପଡିଛନ୍ତି । ଏବେ ଯିଏ ଗିରଫ ହୋଇଛନ୍ତି ସେ ଜୋନୁ ଶେଖ୍ । ଜଣେ ବାଂଲାଦେଶୀ ନାଗରିକ । ସେ ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ କାମ କରୁଥିଲେ । କଣ ବିଜେପି ତାଙ୍କ ପାଇଁ ସିଏଏରେ ଅଲଗା ପ୍ରାବଧାନ କରିଛି ବୋଲି ସଚିନ ପ୍ରଶ୍ନ କରିଛନ୍ତି ।

ମୁମ୍ବାଇ ପୋଲିସ ଜୋନୁ ଶେଖଙ୍କୁ ଗତ ସପ୍ତାହରେ ଗିରଫ କରିଥିଲା । ପୋଲିସ ଆଇଆଇସି ଭାଲେରାଓ ଶେଖର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଜଣେ ଅଭିଯୁକ୍ତ ଗିରଫ ହୋଇଛି । ତା ନିକଟରୁ ଅନେକ ନକଲି ଦସ୍ତାବିଜ ଜବତ ହୋଇଛି । ଏପରିକି ନକଲି ଆଧାର କାର୍ଡ ଓ ପ୍ୟାନ୍ କାର୍ଡ ମିଳିଛି । ତେଣୁ ତାକୁ ଗିରଫ କରାଯାଇଛି ।

ପୋଲିସର କହିବାନୁସାରେ, ଜୋନୁ ଶେଖ୍ ବାଂଲାଦେଶର ଜସୁର ଜିଲ୍ଲାର ବୋବାଲିୟା ଗ୍ରାମରେ ରୁହନ୍ତି । ୨୦୧୧ସେ ସେ ବେଆଇନ ଭାବେ ଭାରତରେ ଆସି ରହୁଛନ୍ତି । ଏପରିକି ବିଜେପି ପାଇଁ କାମ କରୁଥିବା ପୋଲିସ କହିଛି ।



from Prameya News7 https://ift.tt/3bq4FG3
ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଜଣେ ବାଂଲାଦେଶୀ ! ଗିରଫ ପରେ ସାମ୍ନାକୁ ଆସିଲା ସତ, କଂଗ୍ରେସ ଆଣିଲା ସାଙ୍ଘାତିକ ଅଭିଯୋଗ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଜଣେ ବାଂଲାଦେଶୀ ! ଗିରଫ ପରେ ସାମ୍ନାକୁ ଆସିଲା ସତ, କଂଗ୍ରେସ ଆଣିଲା ସାଙ୍ଘାତିକ ଅଭିଯୋଗ Reviewed by SUBHENDU BARAL on February 19, 2021 Rating: 5

No comments:

Powered by Blogger.