ନୂଆଦିଲ୍ଲୀ-ବେଙ୍ଗାଲୁରୁ ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ Rajalaxmi Sahoo

ହାଇଦ୍ରାବାଦ: ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ୍‌‌ର ଇଞ୍ଜିନରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ରବିବାର ରାତିରେ ତେଲେଙ୍ଗାନାର ବିକାରବାଦ ଜିଲ୍ଲା ନିକଟରେ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା। ଏନେଇ ସାଉଥ୍‌ ସେଣ୍ଟ୍ରାଲ୍‌ ରେଲ୍‌ୱେ(SCR)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସେ କହିଛନ୍ତି।

ନୂଆଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ୍‌ ପାଖାପାଖି ରାତି ୯ଟା ସମୟରେ Nawandgi ରେଲ୍‌ୱେ ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ପ୍ରଥମେ ଲୋକୋ ପାଇଲଟ୍‌ ଟ୍ରେନ୍‌ର ଲୋକୋମୋଟିଭ୍‌ରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସତର୍କତା ସ୍ୱରୂପ ସେ ଟ୍ରେନ୍‌କୁ ଅଟକାଇଥିଲେ।

ଯେହେତୁ ଏହା ଏକ ଛୋଟ ଧରଣର ଅଗ୍ନିକାଣ୍ଡ ଥିଲା, ତେଣୁ ଏହା କେବଳ ଇଞ୍ଜିନର ଅଳ୍ପ ଅଂଶରେ ସୀମିତ ରହିଥିଲା। ପରେ ଇଞ୍ଜିନକୁ ବଗି ଗୁଡ଼ିକଠାରୁ ଅଲଗା କରି ଦିଆଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ କାରଣ ପାଇଁ ଇଞ୍ଜିନରେ ନିଆଁ ଲାଗିଲା, ତା’ର ପ୍ରକୃତ କାରଣ ଜଣାପଡ଼ି ନାହିଁ।

The post ନୂଆଦିଲ୍ଲୀ-ବେଙ୍ଗାଲୁରୁ ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ appeared first on OTV Khabar..



from OTV Khabar. https://ift.tt/2LiL3u8
ନୂଆଦିଲ୍ଲୀ-ବେଙ୍ଗାଲୁରୁ ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ Rajalaxmi Sahoo ନୂଆଦିଲ୍ଲୀ-ବେଙ୍ଗାଲୁରୁ ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ Rajalaxmi Sahoo Reviewed by SUBHENDU BARAL on January 03, 2021 Rating: 5

No comments:

Powered by Blogger.