କଟକ: କରୋନକୁ ସଂକ୍ରମଣକୁ ନେଇ ଭୟ ଥମିନି। ଯଦିଓ ସଂକ୍ରମଣ ହାର କମିଛି ତେବେ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରିନାହିଁ। ଏପରି ପରିସ୍ଥିତିରେ କରୋନାର ନୂଆ ଷ୍ଟ୍ରେନ୍ ଏହି ଭୟକୁ ଆହୁରି ବଢାଇ ଦେଇଛି। କରୋନା ଭାକ୍ସିନ ଏ ପର୍ଯ୍ୟନ୍ତ ଦେଶରେ ବ୍ୟବହାର କରାଯାଇ ନାହିଁ। ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ଏବେ କରୋନା ଚିକିତ୍ସାକୁ ନେଇ ନୂଆ ଆଶା ଦେଖା ଦେଇଛି। ଓଡ଼ିଶା-ଛତିଶଗଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକମାନେ ଖାଉଥିବା ନାଲି ପିମ୍ପୁଡ଼ି ଦ୍ୱାରା କରୋନାର ଚିକିତ୍ସା ହୋଇପାରିବ ବୋଲି ଦାବି କରାଯାଇଛି । କରୋନା ଚିକିତ୍ସା ପାଇଁ ନାଲି ପିମ୍ପୁଡ଼ି ଚଟଣିକୁ ବ୍ୟବହାର କରାଯାଇ ପାରିବ କି ନା ତାହାର ପରୀକ୍ଷା କରିବା ପାଇଁ ଅନୁମତି ମିଳିବ। ଆଶା କରାଯାଉଛି, ଆୟୁଷ ମନ୍ତ୍ରାଳୟ ଶୀଘ୍ର କରୋନା ଭାଇରସର ଔଷଧ ଭାବେ ଏହାକୁ ଉପଯୋଗ କରିବା ପାଇଁ ଅନୁମତି ଦେବେ।
ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଆୟୁଷ ମନ୍ତ୍ରାଳୟ ଏବଂ କାଉନ୍ସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ଏ ନେଇ ଶୀଘ୍ର ନିଷ୍ପତ୍ତି ନେବାକୁ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଏଥିପାଇଁ କୋର୍ଟ ୩ମାସ ସମୟ ଦେଇଛନ୍ତି। ଏଠି କହି ରଖିବୁ, ଅନେକ ରାଜ୍ୟରେ ଏହି ଲାଲ୍ ପିମ୍ପୁଡ଼ି ବା କାଇକୁ ଜ୍ୱର, ଥଣ୍ଡା, ସର୍ଦ୍ଦି, ଶ୍ୱାସକ୍ରିୟା ଜନିତ ସମସ୍ୟା, ଦୁର୍ବଳତା ପରି ଅନେକ ରୋଗର ଉପଶମ ପାଇଁ ବ୍ୟବହାର କରାଯାଇଥାଏ।
କରୋନା ଚିକିତ୍ସା ପାଇଁ ପ୍ରସ୍ତୁତ ଏହି ଔଷଧରେ ଲାଲ ପିମ୍ପୁଡି ଏବଂ କଞ୍ଚା ଲଙ୍କା ବ୍ୟବହାର କରାଯାଇଥାଏ। ଓଡ଼ିଶା ହାଇକୋର୍ଟ ଏହି ଆଦେଶ ଏକ ଜନହିତ ଯାଚିକାର ଶୁଣାଣି ସମୟରେ ଦେଇଥିଲେ। ଏହି ନାଲି ପିମ୍ପୁଡିର ବ୍ୟବହାରକୁ ନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଯାଚିକାରେ ଦାବି କରାଯାଇଥିଲା। ଏହି ଯାଚିକା ବାରିପଦାର ଇଞ୍ଜିନିୟର ନୟାଧର ପଢିଆଲ ଦାୟର କରଥିଲେ। ପଢିଆଲ ପ୍ରଥମେ ଜୁନ୍ମାସରେ ଭାଇରସ ସହ ଲଢିବା ପାଇଁ ଏହି ଚଟଣିର ବ୍ୟବହାର ପାଇଁ କହିଥିଲେ। ଏହା ପରେ ସେ ଯାଚିକା ଦାଏର କରିଥିଲେ।
ପଢିଆଲଙ୍କ କହିବା ଅନୁଯାୟୀ, ଏହି ଚଟଣିରେ ଫର୍ମିକ ଏସିଡ଼୍, ପ୍ରୋଟିନ, କ୍ୟାଲ୍ସିୟମ, ଭିଟାମିନ୍ B12, ଜିଙ୍କ ଏବଂ ଆଇରନ ରହିଛି। ଏ ସବୁ ଆମର ଇମ୍ୟୁନ୍ ସିଷ୍ଟମକୁ ମଜବୁତ୍ କରିଥାଏ। ସେ କହିଛନ୍ତି, ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟରେ ଏହି ଲାଲ ପିମ୍ପୁଡ଼ି ଚଟଣିକୁ ଖାଆନ୍ତି। ଏହା ଦ୍ୱାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ। ପଢିଆଲଙ୍କ କହିବା ଅନୁଯାୟୀ, ଏହି କାରଣରୁ ଆଦିବାସୀ ଅଧ୍ୟୁଷିତ ଇଲାକାରେ କୋଭିଡ-୧୯ ପ୍ରଭାବ କମ୍ ରହୁଥିବା ଦେଖିବାକୁ ମିଳୁଛି।
The post ନାଲି ପିମ୍ପୁଡ଼ି ଚଟଣିରେ ହେବ କରୋନା ଚିକିତ୍ସା ! appeared first on OTV Khabar..
from OTV Khabar. https://ift.tt/3n4hOsb
No comments: