ଆସନ୍ତା ୩ ଦିନ ପର୍ଯ୍ୟନ୍ତ କୁହୁଡି କରିବ କଲବଲ: ଘନକୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ସତର୍କତା; ଗତ ୨୪ ଘଂଟାରେ ୭ ସହରର ପାରା ୧୫ ଡିଗ୍ରୀ ତଳେ Kanak News

କନକ ବ୍ୟୁରୋ: ଆଜି ଠାରୁ ରାଜ୍ୟରେ ୩ ଦିନ ଦେଖାଦେବ ଘନକୁହୁଡି । ଆଜି ଝାରସୁୁଗୁଡା, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ, ମୟୂରଭଂଜ ଏବଂ ବାଲେଶ୍ୱର ଜିଲ୍ଲାରେ ଘନକୁହୁଡି ସମ୍ଭାବନା ରହିଛି । ଆସନ୍ତାକାଲି ଏବଂ ୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ପୁରୀ, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଘନକୁହୁଡି ଦେଖାଯିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକୁ ଆସନ୍ତା ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଂଟାରେ ରାଜ୍ୟର ୭ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ଏହା ମଧ୍ୟରୁ ବାରିପଦାରେ ସବୁଠାରୁ କମ୍ ୧୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

‌କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ଢେଙ୍କାନାଳ  ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ଜଣାପଡ଼ିଛି। ଅପରପକ୍ଷେ  ଗତକାଲି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହୋଇଯାଇଥିବା ଜଣାଯାଇଛି। ଏସବୁ ଜିଲ୍ଲାରେ ପାଗ ମେଘୁଆ ରହିଥିଲା। ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ବାରିପଦାଠାରେ ୧୨.୨ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୭ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଅବଶିଷ୍ଟ ଓଡ଼ିଶା‌ରେ ତାପମାତ୍ରା ୧୫ରୁ ୧୯ ଡିଗ୍ରୀ ଭିତରେ ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।



from Kanak News https://ift.tt/2NKcEFT https://ift.tt/3csmuqf
ଆସନ୍ତା ୩ ଦିନ ପର୍ଯ୍ୟନ୍ତ କୁହୁଡି କରିବ କଲବଲ: ଘନକୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ସତର୍କତା; ଗତ ୨୪ ଘଂଟାରେ ୭ ସହରର ପାରା ୧୫ ଡିଗ୍ରୀ ତଳେ Kanak News ଆସନ୍ତା ୩ ଦିନ ପର୍ଯ୍ୟନ୍ତ କୁହୁଡି କରିବ କଲବଲ: ଘନକୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ସତର୍କତା; ଗତ ୨୪ ଘଂଟାରେ ୭ ସହରର ପାରା ୧୫ ଡିଗ୍ରୀ ତଳେ Kanak News Reviewed by SUBHENDU BARAL on January 29, 2021 Rating: 5

No comments:

Powered by Blogger.