ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଦିନିକିଆ ଉପବାସ: ଆନ୍ଦୋଳନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ Kanak News

କନକ ବ୍ୟୁରୋ: ଆଜି ସାରାଦେଶରେ ଚାଷୀ ପାଳନ କରିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ସକାଳ ୯ ଟାରୁ ସଂଧ୍ୟା ୫ଟା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ସୂଚନା ଦିଆଯାଇଛି । ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିକୁ ପୁଣି ଜୋରଦାର କରିବା ପାଇଁ ଅଂଟା ଭିଡିଛନ୍ତି ଚାଷୀ ନେତା ।

ସେପଟେ ସିଂଘୁ ସୀମାରେ ଜାରି ରହିଥିବା କୃଷକ ଆନ୍ଦୋଳନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଆନ୍ଦୋଳନ ହଟାଇବା ପାଇଁ ସ୍ଥାନୀୟ ଲୋକମାନେ ବିକ୍ଷୋଭ କରିବା ପରେ ଆନ୍ଦୋଳନକାରୀ ଚାଷୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ପକ୍ଷ ମଧ୍ୟ ପରସ୍ପର ଉପରକୁ ପଥରମାଡ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଠିମାଡ କରିଛି ପୋଲିସ୍ । ଏହି ସଂଘର୍ଷରେ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ନେଇ ହେଉଥିବା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ।



from Kanak News https://ift.tt/2YuMvNn https://ift.tt/3iZDMw3
ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଦିନିକିଆ ଉପବାସ: ଆନ୍ଦୋଳନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ Kanak News ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଦିନିକିଆ ଉପବାସ: ଆନ୍ଦୋଳନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ Kanak News Reviewed by SUBHENDU BARAL on January 29, 2021 Rating: 5

No comments:

Powered by Blogger.