ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା? Kanak News

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା? ପ୍ରଶ୍ନ ପତ୍ରରେ ସବଜେକଟିଭ୍ ପ୍ରଶ୍ନ କେତେ ରହିବ ଓ ଅବଜେକଟିଭ୍ କେତେ ରହିବ ଏଭଳି ଅନେକ ପ୍ରଶ୍ନକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ଛାତ୍ରଛାତ୍ରୀ । ଏହି ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ  । କହିଛନ୍ତି, ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର ।

୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ମୋଟ ୧୦୦ ଦିନର ପାଠପଢା ହେବ । ଏହି ୧୦୦ଦିନର ପାଠପଢା ଭିତରେ ରବିବାର ଓ ଶନିବାର ମଧ୍ୟ କ୍ଲାସ ହେବ । ପାଠପଢା ନେଇ ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ଯାଏଁ ପାଠ ପଢା ହେବାକୁ ଥିବା ବେଳେ ମାଟ୍ରିକ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।



from Kanak News https://ift.tt/3hCVdCb https://ift.tt/2Li7Fv2
ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା? Kanak News ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା? Kanak News Reviewed by SUBHENDU BARAL on January 03, 2021 Rating: 5

No comments:

Powered by Blogger.