ବିସ୍ଫୋରକ ରୂପ ନେବାକୁ ଯାଉଛି ଚାଷୀ ଆନ୍ଦୋଳନ । ଗାଜିପୁରରେ ଚାଷୀ ନେତାଙ୍କ ଅପିଲ ପରେ ଏକାଠି ହେଉଛନ୍ତି ଚାଷୀ । ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ଫୋର୍ସ ପ୍ରସ୍ତୁତ Kanak News

ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଆନ୍ଦୋଳନକାରୀ ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ପରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ୟୁପି ଏବଂ ଦିଲ୍ଳୀ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗାଜିପୁର‌େରେ ଧାରଣା ଦେଇଥିବା ଆନ୍ଦୋଳନକାରୀଙ୍କୁ ରାତି ସୁଦ୍ଧା ସ୍ଥାନ ଛାଡ଼ିବା ଲାଗି ସମୟ ଦିଆଯାଇଥିବା ବେଳେ ଚାଷୀ ନେତାମାନେ ଉଠିବାକୁ ମନା କରିଦେଇଛନ୍ତି। ଧମକ ଦେଇଛନ୍ତି ଯେ ଧାରଣା ସ୍ଥଳରୁ ହଟାଇବା ଲାଗି ପୁଲିସ କାର୍ଯ୍ୟାନୁଷ୍ଠାନ ‌ହେଲେ ସେମାନେ ଆତ୍ମହତ୍ୟା କରିବେ। ସେହିଭଳି ଟିକରି ଏବଂ ସିଂଘୁ ଧାରଣା ସ୍ଥ‌ଳ‌ରେ ମଧ୍ୟ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ମାସ ଧରି ଏଠାରେ ଧାରଣା ଦେଇଥିବା ‌ଚାଷୀମାନଙ୍କୁ ହଟାଇବା ଲାଗି ବହୁସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଧାରଣାସ୍ଥଳକୁ ବିଦ୍ୟୁତ ଏବଂ ପାନୀୟ ଜଳ ଯୋଗାଣ ବନ୍ଦ କରିଦିଆଯାଇଛି। ୧୪୪ ଧାରା ଜାରି କରାଯାଇଛି। ଧାରଣାସ୍ଥଳକୁ ପୁଲିସ ଚାରିଆଡ଼ୁ ଘେରି ରହିଥିବା ବେଳେ ଜେସିବି ଲଗାଇ ରାସ୍ତା ଖୋଳି ଦିଆଯାଇଛି। ଧାରଣାରେ ବସିଥିବା ଚାଷୀମାନଙ୍କୁ ହଟାଇବା‌ ଲାଗି ଯେକୌଣସି ମୁହୂର୍ତରେ ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଜଣାପଡ଼ିଛି।

ଦିଲ୍ଲୀ ହିଂସାରେ ସଂପୃକ୍ତ ଥିବା ‌ଅଭିଯୋଗରେ ପୁଲିସ ୩୭ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରିଛି। ଏଥିରେ ଅଛନ୍ତି ଚାଷୀ ନେତା ଯୋଗେନ୍ଦ୍ର ଯାଦବ, ରାକେଶ ଟିକାୟତ ଓ ମେଧା ପାଟକର। ଏହି ନେତାମାନଙ୍କ ବିରୋଧରେ ଦଙ୍ଗା, ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା ଉଦ୍ୟମ ଆଦି ଧାରାରେ ମାମଲା ରୁଜୁ ହୋଇଛି। ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ଲାଗି ଲୁକ୍ ଆଉଟ୍ ନୋଟିସ ଜାରି କରିବା ସହିତ ପାସପୋର୍ଟ ଦାଖଲ କରିବା ଲାଗି କୁହାଯାଇଛି। ଚାଷୀ ନେତାମାନେ ଉତ୍ତେଜକ ଭାଷଣ ଦେଇ ଏବଂ ଚାଷୀଙ୍କୁ ବିଭ୍ରାନ୍ତ କରି ହିଂସା ପାଇଁ ଉସୁକାଇଥିଲେ ବୋଲି ଦିଲ୍ଲୀ ପୁଲିସ ମୁଖ୍ୟ ଏସ୍‌.ଏନ୍‌. ଶ୍ରୀବାସ୍ତବ କହିଛନ୍ତି। କେତେକ ସ୍ଥାନରେ ଆନ୍ଦୋଳନକାରୀମାନେ ପୁଲିସଠାରୁ ଅସ୍ତ୍ର, ଗୁଳି ଏବଂ ଟିୟର୍‌ଗ୍ୟାସ୍‌ ସେଲ୍ ମଧ୍ୟ ଛଡ଼ାଇ ନେଇଥିବା ରିପୋର୍ଟ ମିଳିଛି ବୋଲି ସେ କହିଛନ୍ତି।

ଇତିମଧ୍ୟରେ ଦିଲ୍ଲୀ ସୀମାକୁ ଲାଗିଥିବା ଗାଜିପୁରରେ ଧାରଣାସ୍ଥଳକୁ ଘେରିଯାଇଛନ୍ତି ନିରାପତ୍ତା ବାହିନୀ। ମଧ୍ୟରାତି ସୁଦ୍ଧା ଧାରଣାସ୍ଥଳ ଛାଡ଼ିବା ଲାଗି ୟୁପି ସରକାର ନିର୍ଦେଶ ଦେଇଛନ୍ତି। ନିଜ ଆଡ଼ୁ ସେମାନେ ନଉଠିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ସେଠାରେ ୧୪୪ ଧାରା ଜାରି କରାଯାଇଛି ଏବଂ ବିଦ୍ୟୁତ ଓ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି। ତେବେ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ ସେମାନେ ପୁଲିସ ଗୁଳିର ସାମନା କରିବାକୁ ପ୍ରସ୍ତୁତ। କିନ୍ତୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ସ୍ଥଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ପୁଲିସ କାର୍ଯ୍ୟାନୁଷ୍ଠାନ ‌ହେଲେ ସେମାନେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଅନ୍ୟ ଚାଷୀ ନେତାମାନେ ଅଭିଯୋଗ କରିଛନ୍ତି ଯେ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ସରକାର ଷଡ଼ଯନ୍ତ୍ର କରିଛନ୍ତି। ହିଂସା ପଛରେ ସରକାରୀ ଷଡ଼ଯନ୍ତ୍ର ରହିଛି। ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି।



from Kanak News https://ift.tt/3ovgpf7 https://ift.tt/3r2bqEl
ବିସ୍ଫୋରକ ରୂପ ନେବାକୁ ଯାଉଛି ଚାଷୀ ଆନ୍ଦୋଳନ । ଗାଜିପୁରରେ ଚାଷୀ ନେତାଙ୍କ ଅପିଲ ପରେ ଏକାଠି ହେଉଛନ୍ତି ଚାଷୀ । ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ଫୋର୍ସ ପ୍ରସ୍ତୁତ Kanak News ବିସ୍ଫୋରକ ରୂପ ନେବାକୁ ଯାଉଛି ଚାଷୀ ଆନ୍ଦୋଳନ । ଗାଜିପୁରରେ ଚାଷୀ ନେତାଙ୍କ ଅପିଲ ପରେ ଏକାଠି ହେଉଛନ୍ତି ଚାଷୀ । ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ଫୋର୍ସ ପ୍ରସ୍ତୁତ Kanak News Reviewed by SUBHENDU BARAL on January 28, 2021 Rating: 5

No comments:

Powered by Blogger.