ବଡ ଠାକୁରଙ୍କ ଦର୍ଶନ ନପାଇ ଆଉ ଫେରିବ ନାହିଁ ଭକ୍ତ : କଟକଣା କୋହଳ କଲା ପୁରୀ ପ୍ରଶାସନ; ଏଣିକି ଘରୋଇ ହସ୍ପିଟାଲରେ କୋଭିଡ ଟେଷ୍ଟ କରିପାରିବେ ପର୍ଯ୍ୟଟକ Kanak News

କନକ ବ୍ୟୁରୋ : ପୁରୀରେ ପର୍ଯ୍ୟଟକ ଘରୋଇ ହସ୍ପିଟାଲ କୋଭିଡ ଟେଷ୍ଟ କରିପାରିବେ । କିନ୍ତୁ ଘରୋଇ ହସ୍ପିଟାଲକୁ ନିୟନ୍ତ୍ରଣରେ ରହି ଏହି ଟେଷ୍ଟ କରିବାକୁ ପଡିବ । ଏହି ସୂଚନା ଦେଇଛନ୍ତି ସିଡିଏମଓ । ପାଖରେ କରୋନା ନେଗେଟିଭ୍ ରିପୋର୍ଟ ନଥିବା କାରଣରୁ ବଡଦେଉଳରେ ବଡଠାକୁରଙ୍କ ଦର୍ଶନ ପାଇଁ ଅନୁମତି ମିଳିନଥିଲା ଅନେକ ଭକ୍ତଙ୍କୁ । ଜଗା ଦର୍ଶନ କରିନପାରି ବଡଦାଣ୍ଡରୁ କାନ୍ଦି କାନ୍ଦି ଫେରିଥିଲେ ଭକ୍ତ ।
ସେପଟେ ପୁରୀରେ ୧୦ ପର୍ଯ୍ୟଟକ କରୋନା ପଜିଟିଭ ବୋଲି ଜଣାପଡିବା ପରେ ଚିନ୍ତାରେ ପଡିଥିଲା ପ୍ରଶାସନ । ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ ନେଇ ପ୍ରଥମେ କଟକଣା ଲଗାଇଥିଲେ ସିଡିଏମଓ । ଫଳରେ ଅନେକ ପର୍ଯ୍ୟଟକ କରୋନା ଟେଷ୍ଟ କରିପାରିନଥିଲେ ଏବଂ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । ସେମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା । ଏବେ ଏହି କଟକଣାକୁ ଉଠାଇ ନିୟନ୍ତ୍ରଣ ରଖି ଘରୋଇ ହସ୍ପିଟାଲ କୋଭିଡ ପରୀକ୍ଷା କରିପାରିବେ ବୋଲି ସିଡିଏମଓ କହିଛନ୍ତି ।
from Kanak News https://ift.tt/3ovu9ak https://ift.tt/3s1az8q
ବଡ ଠାକୁରଙ୍କ ଦର୍ଶନ ନପାଇ ଆଉ ଫେରିବ ନାହିଁ ଭକ୍ତ : କଟକଣା କୋହଳ କଲା ପୁରୀ ପ୍ରଶାସନ; ଏଣିକି ଘରୋଇ ହସ୍ପିଟାଲରେ କୋଭିଡ ଟେଷ୍ଟ କରିପାରିବେ ପର୍ଯ୍ୟଟକ Kanak News
Reviewed by SUBHENDU BARAL
on
January 05, 2021
Rating:
No comments: