ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବସିବ ଅଷ୍ଟମ ପର୍ଯ୍ୟାୟ ବୈଠକ : ନିଷ୍କର୍ସ ନ ବାହାରିଲେ ୨୬ ତାରିଖରେ ହେବ ଟ୍ରାକ୍ଟର ପରେଡ; ଚେତାବନୀ ଦେଲେ କୃଷକ ସଂଗଠନ Kanak News

କନକ ବ୍ୟୁରୋ : ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ବୈଠକରୁ ନିଷ୍କର୍ସ ନ ବାହାରିଲେ ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ଚେତାବନୀ ଦେଇଛନ୍ତି କୃଷକ ସଂଗଠନ । ଆଉ ଏହାର ମଙ୍ଗ ଧରିବେ ମହିଳା । ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହରିୟାଣା ଓ ଗାଜିଆବାଦ ପୁଲିସ ଏଥିପାଇଁ ଆଡଭାଇ ଜାରି କରିଛି । ଏହାପୂର୍ବରୁ ଚାଷୀମାନେ ବଡ ପ୍ରଦର୍ଶନ କରିଛନ୍ତି ।

ଏଥର ମହିଳା ଚାଷୀ ଟ୍ରାକ୍ଟର ରାଲିରେ ବାହାରି ଦିଲ୍ଲୀକୁ ଘେରିବାକୁ ବାହାରି ପଡିଛନ୍ତି । ସବୁଆଡୁ ଚୀଷୀ ଆନ୍ଦୋଳନରେ ସାମିଲ ହେବାକୁ ହଜାର ହଜାର ଟ୍ରାକ୍ଟର ବାହାରିଛି । ଚାଷୀ ଆନ୍ଦୋଳନ ୪୩ ଦିନରେ ପଂହଚିଥିବାବେଳେ ଟ୍ରାକ୍ଟର ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଚାଷୀ । ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ ।



from Kanak News https://ift.tt/39akzUa https://ift.tt/2XlXAA4
ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବସିବ ଅଷ୍ଟମ ପର୍ଯ୍ୟାୟ ବୈଠକ : ନିଷ୍କର୍ସ ନ ବାହାରିଲେ ୨୬ ତାରିଖରେ ହେବ ଟ୍ରାକ୍ଟର ପରେଡ; ଚେତାବନୀ ଦେଲେ କୃଷକ ସଂଗଠନ Kanak News ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବସିବ ଅଷ୍ଟମ ପର୍ଯ୍ୟାୟ ବୈଠକ : ନିଷ୍କର୍ସ ନ ବାହାରିଲେ ୨୬ ତାରିଖରେ ହେବ ଟ୍ରାକ୍ଟର ପରେଡ; ଚେତାବନୀ ଦେଲେ କୃଷକ ସଂଗଠନ Kanak News Reviewed by SUBHENDU BARAL on January 07, 2021 Rating: 5

No comments:

Powered by Blogger.