ଖୋଲିଲା ଟୋକନ୍ ସ୍କାମର ଗୁମର: ଜିଲ୍ଲା ପ୍ରଶାସନର ତନାଘନା ପରେ ସାମ୍ନାକୁ ଆସିଲା ସତ; ଜାଲିଆତି କରି ଟୋକନ ହାତେଇ ମାଲାମାଲ ହେଉଥିଲେ ଦଲାଲ ଓ ସରକାରୀ ବାବୁ Kanak News

କନକ ବ୍ୟୁରୋ : ସୁନ୍ଦରଗଡ଼ରେ କିଭଳି ଭାବେ ଧାନକିଣାରେ ଅବ୍ୟବସ୍ଥା ହେଉଛି, ଟୋକନ ଜରିଆରେ ଦଲାଲ ଓ ଅଧିକାରୀ ମାଲାମାଲ ହେଉଛନ୍ତି, ପ୍ରକୃତ ଚାଷୀ ଧାନ ବିକିନପାରି ହନ୍ତସନ୍ତ ହେଉଛନ୍ତି, ଏ ନେଇ ବିସ୍ତୃତ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ । ଖବର ପ୍ରସାରଣ ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜେ ଧାନ ମଣ୍ଡି ଓ ମହୁଲପାଲି ଲ୍ୟାମ୍ପସକୁ ଯାଇ ସ୍ଥିତି ପରଖିବା ସହ ଟାଙ୍ଗରପାଲି ତହସିଲଦାର, ସିଏସଓଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ । ଆଉ ଟାଙ୍ଗରପାଲି ତହସିଲଦାର ରିପୋର୍ଟ ଦାଖଲ କରିବା ପରେ ଟୋକନ ସ୍କାମର ଗୁମର ଖୋଲିଛି ।

କିପରି ଟୋକନ ସ୍କାମ୍ କରାଯାଉଥିଲା, ଗ୍ରାଉଣ୍ଡ ଜିରୋରୁ ଖବର ପରିବେଷଣ କରିଥିଲା କନକ ନ୍ୟୁଜ୍ । ୬ଟି କେଶ ଷ୍ଟଡି ନେଇ ଦୁର୍ନୀତିର ପୂରା ରହସ୍ୟ ପଦାକୁ ଆଣିଥିଲା । ଅଭିଯୋଗକାରୀଙ୍କ ନିକଟରେ ପହଁଚି ତହସିଲଦାର ତଦନ୍ତ କରିବା ପରେ ସତ ସାମନାକୁ ଆସିଛି । ତଦନ୍ତରୁ ଜଣାପଡିଛି, ଦଲାଲମାନେ ଏହି ଲୋକମାନଙ୍କ ଜମି ପଟ୍ଟା ଓ ନକଲି ଦସ୍ତଖତ କରି ରେଜିଷ୍ଟ୍ରେସନ କରିଥିଲେ ଓ ଟୋକନ୍ ମଧ୍ୟ ହାତେଇ ନେଇଥିଲେ । ଆଉ ଏଥିରେ ସାମିଲ ହୋଇଥିଲେ ଲ୍ୟାମ୍ପସର ଏମଡି ଓ କିଛି ବଡ ସରକାରୀ ଅଧିକାରୀ । ଏମାନେ ତସଲାଡିହି ଗାଁରେ ଥିବା ଏକ ସିଏସି ସେଂଟର ବା କିଓସ୍ ସେଂଟର ମାଲିକଙ୍କୁ ଲ୍ୟାମ୍ପସର ଆଇଡି ଓ ପାସୱାର୍ଡ ପ୍ରଦାନ କରିଥିଲେ ।

ଆଉ ଜନସେବା କେନ୍ଦ୍ରକୁ ଆସୁଥିବା ଲୋକଙ୍କ ଆଧାରକାର୍ଡ ଓ ଜମି ପଟ୍ଟାର ନକଲ ରଖି ଏହିଭଳି କାର୍ଯ୍ୟ କରାଯାଇଛି । ମହୁଲପାଲି ଲ୍ୟାମ୍ପସର ଏମଡିଙ୍କୁ ସସପେଣ୍ଡ କରାଯାଇଛି । ବହୁ ସରକାରୀ ଅଧିକାରୀ ଏଥିରେ ସାମିଲ ଅଛନ୍ତି, ଧାନ କିଣା ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲପାଳ । ଜାଲି କାଗଜପତ୍ରରେ ରେଜିଷ୍ଟ୍ରେସନ କରି ଯେଉଁମାନେ ଟୋକନ ବାହାର କରିଥିଲେ, ସେଗୁଡିକୁ ଖାରଜ କରି ଦିଆଯାଇଛି । ସେମାନେ ଆଉ ଧାନ ବିକ୍ରି କରି ପାରିବେନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।



from Kanak News https://ift.tt/3otcDD0 https://ift.tt/2YlSrsd
ଖୋଲିଲା ଟୋକନ୍ ସ୍କାମର ଗୁମର: ଜିଲ୍ଲା ପ୍ରଶାସନର ତନାଘନା ପରେ ସାମ୍ନାକୁ ଆସିଲା ସତ; ଜାଲିଆତି କରି ଟୋକନ ହାତେଇ ମାଲାମାଲ ହେଉଥିଲେ ଦଲାଲ ଓ ସରକାରୀ ବାବୁ Kanak News ଖୋଲିଲା ଟୋକନ୍ ସ୍କାମର ଗୁମର: ଜିଲ୍ଲା ପ୍ରଶାସନର ତନାଘନା ପରେ ସାମ୍ନାକୁ ଆସିଲା ସତ; ଜାଲିଆତି କରି ଟୋକନ ହାତେଇ ମାଲାମାଲ ହେଉଥିଲେ ଦଲାଲ ଓ ସରକାରୀ ବାବୁ Kanak News Reviewed by SUBHENDU BARAL on January 28, 2021 Rating: 5

No comments:

Powered by Blogger.