ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ! ହାଜତ୍ ଭିତରେ ନାବାଳକଙ୍କୁ ପୁଲିସର ଅକଥନୀୟ ନିର୍ଯାତନା ! ଗୋଇଠା, ବୁଟରେ ମାଡମାରିବା ସହ ବିଦ୍ୟୁତ୍ ଝଟକା ଦିଆଯାଇଥିବା ଅଭିଯୋଗ Kanak News

କନକ ବ୍ୟୁରୋ: ନାବାଳକ ଉପରେ ପୁଲିସ ନିର୍ଯାତନାର ସାଂଘାତିକ ଅଭିଯୋଗ । ରାଉରକେଲା ଉଦିତନଗର ଥାନା ପୁଲିସ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୋବାଇଲ ଚୋରି ମାମଲାରେ ଜଣେ ୧୪ ବର୍ଷର ନାବାଳକକୁ ଘରୁ ଉଠାଇ ଆଣି ଥାନାରେ ୨୪ ଘଂଟାରୁ ଅଧିକ ସମୟ ଅଟକ ରଖିବା, ପଚରା ଉଚରା କରିବା ସମୟରେ ମାଡ ମାରିବା, ଏପରିକି ବିଦ୍ୟୁତ ଝଟକା ଦିଆଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ଟିମ୍ବର କଲୋନୀ ଅଂଚଳର ଜଣେ ବୃଦ୍ଧା ଓ ତାଙ୍କ ନାତି ପୁଲିସ ବିରୋଧରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆଗରେ ଏହି ଅଭିଯୋଗ କରିଛନ୍ତି । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ ଆଧାରରେ ଚାଇଲଡ ଲାଇନ ପକ୍ଷରୁ ସଂପୃକ୍ତ ନାବାଳକର କାଉନସେଲିଂ ଓ ବୟାନ ରେକର୍ଜ କରାଯାଇଥିବା ସୂଚନା ମିଳିଛି ।

ରାଉରକେଲା ଟିମ୍ବର କଲୋନି ଅଞ୍ଚଳରେ ବାପ-ମା ଛେଉଣ୍ଡ ଜଣେ ନବମ ଶ୍ରେଣୀର ଛାତ୍ର ତାଙ୍କ ଆଈଙ୍କ ପାଖରେ ରହି ପାଠ ପଢ଼ନ୍ତି। ସିଡବ୍ଲ୍ୟୁସିକୁ ଦେଇଥିବା ଲିଖିତ ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ପ୍ରମିଳା ଦାସ କହିଛନ୍ତି, ନାବାଳକ ଜଣକ ପ୍ରାୟ ମାସେ ତଳେ ମା’ ବୈଷ୍ଣଦେବୀ ଦେବୀ ମନ୍ଦିର ଯିବା ସିଢ଼ି ନିକଟରୁ ଏକ ସାମ୍‌ସଙ୍ଗ ମୋବାଇଲ ପାଇଥିଲେ। ମୋବାଇଲଟି ବନ୍ଦ ଥିଲା। ତା’କୁ ଖୋଲିବାକୁ ସେ ନିକଟସ୍ଥ ଦୋକାନକୁ ନେଇଥିଲେ। ଦୋକାନୀ ମଧ୍ୟ ମୋବାଇଲଟିକୁ ଖୋଲି ପାରି ନଥିଲେ। ଶେଷରେ ନାବାଳକ ‌ମୋବାଇଲ ଖୋଲିବାକୁ ତାଙ୍କର ଜଣେ ସାଙ୍ଗକୁ ଦେଖାଇଥିଲେ। ସେ ମଧ୍ୟ ଖୋଲି ପାରି ନଥିଲା। କହିଥିଲା, ‌‘ତୋର ତ ମୋବାଇଲ ଅଛି। କିନ୍ତୁ ମୋ’ର ନାହିଁ। ଅନ୍‌-ଲାଇନ୍‌ରେ ପାଠ ପଢ଼ିବାରେ ଅସୁବିଧା ହେଉଛି, ମୋତେ ଏ ମୋବାଇଲ ଦେଇ ‌ଦେ’। ମୁଁ ୧୫୦୦ ଟଙ୍କା ‌ଦେବି।’ ନାବାଳକ ତା’ପରେ ୧୫୦୦ ଟଙ୍କାରେ ମୋବାଇଲଟିକୁ ସାଙ୍ଗକୁ ବିକି ଦେଇଥିଲେ।

ଏସବୁ ପରେ ଗତ ଡିସେମ୍ବର ୨୬ ସକାଳେ ଗୋପବନ୍ଧୁପାଲି ଫାଣ୍ଡି ପୁଲିସ ଟିମ୍ବର କଲୋନିରେ ପହଞ୍ଚିଥିଲା ଓ ମୋବାଇଲ ଚୋରି ଅଭିଯୋଗରେ ନାବାଳକଙ୍କୁ ଫାଣ୍ଡିକୁ ଉଠାଇ ନେଇଥିଲା। ପଚରାଉଚୁରା ପରେ ନାବାଳକଙ୍କୁ ଫାଣ୍ଡିରୁ ଉଦିତନଗର ଥାନାକୁ ନିଆଯାଇଥିଲା।‌ କିଛି ସମୟ ବସାଇବା ପରେ ନାବାଳକଙ୍କୁ ଥାନାର ଭିତରକୁ ରୁମ୍‌ ନିଆଯାଇଥିଲା। ଥାନାର ଜୈନିକ ସବ୍ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ତିନିଜଣ ନାବାଳକଙ୍କୁ ଗାଳିଗୁଲଜ ଓ ଧମକଚମକ ଦେଇଥିଲେ। ତା’ପରେ ତାଙ୍କୁ ଗୋଇଠା ମାରିବା ସହିତ ପାଦକୁ ବୁଟ୍‌ରେ ଦଳି ମାଡ ମାରିଥିଲେ। ପୂର୍ବାହ୍ନ ୧୧ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ କିଛି ଖାଇବାକୁ ନ ଦେଇ ସେମିତି ବସାଇଥିଲେ। ରାତି ୮ଟା ପରେ କିଛି ଖାଇିବାକୁ ଦିଆ ଯାଇଥିଲା। ପୁଣି ରାତି ପ୍ରାୟ ସାଢ଼େ ୯ଟାରେ ଭିତର ରୁମ୍‌ ଭିତରକୁ ଡାକି ନିଆ ଯାଇଥିଲା। ତାଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲିବାକୁ ଆଦେଶ ଦିଆ ଯାଇଥିଲା।

ନାବାଳକ ନ ଖୋଲିବାରୁ ଥାନାର ଜୈନିକ ସବ୍‌ଇନ୍ସପେକ୍ଟର ଚାପୁଡା ମାରିଥିଲେ। ଅଧିକ ମାଡ ଭୟରେ ନାବାଳକ ସାର୍ଟ ପ୍ୟାଣ୍ଟ ଖୋଲିବା ପରେ ତାଙ୍କୁ ବିଦ୍ୟୁତ୍‌ ଚେଙ୍କ ଦିଆ ଯାଇଥିଲା। ସେ କିଣିଥିବା ନୂଆ ମୋବାଇଲକୁ ମଧ୍ୟ ପୁଲିସ ନେଇ ଯାଇଥିଲା, ଯଦିଓ ତା’ର କିଣା ରସିଦ ତାଙ୍କ ପାଖରେ ଅଛି। ଶେଷରେ ‘ମାଡ଼ ମାରିବା କଥା କାହାକୁ କହିବୁ ନାହିଁ, କି ଡାକ୍ତରଖାନାକୁ ଯିବୁ ନାହିଁ, ନ ହେଲେ ପୁଣି ଥାନାକୁ ଉଠାଇ ଆଣିବୁ’ ଏମିତି ଧମକ ଦେଇ ପୁଲିସ ପରଦିନ, ଅର୍ଥାତ୍‌ ଡିସେମ୍ବର ୨୭ରେ ଥାନାରୁ ନାବାଳକଙ୍କୁ ଛାଡି ଦେଇଥିଲେ। ଭୟରେ ନାବାଳକ ସେକଥା ନିଜ ଆଈଙ୍କୁ ବି କହି ନଥିଲେ। କିନ୍ତୁ ଦେହ ମାଲିସ କରିବାବେଳେ ମାଡ଼ ଖାଇଥିବା ସ୍ଥାନକୁ ଆଈ ଛୁଇଁବାବେଳେ ନାବାଳକ ଯନ୍ତ୍ରଣାରେ କାନ୍ଦି ଉଠିବାରୁ ସବୁ କଥା ଜଣା ପଡ଼ି ଯାଇଥିଲା।



from Kanak News https://ift.tt/2XklagB https://ift.tt/3hCYtgT
ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ! ହାଜତ୍ ଭିତରେ ନାବାଳକଙ୍କୁ ପୁଲିସର ଅକଥନୀୟ ନିର୍ଯାତନା ! ଗୋଇଠା, ବୁଟରେ ମାଡମାରିବା ସହ ବିଦ୍ୟୁତ୍ ଝଟକା ଦିଆଯାଇଥିବା ଅଭିଯୋଗ Kanak News ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ! ହାଜତ୍ ଭିତରେ ନାବାଳକଙ୍କୁ ପୁଲିସର ଅକଥନୀୟ ନିର୍ଯାତନା ! ଗୋଇଠା, ବୁଟରେ ମାଡମାରିବା ସହ ବିଦ୍ୟୁତ୍ ଝଟକା ଦିଆଯାଇଥିବା ଅଭିଯୋଗ Kanak News Reviewed by SUBHENDU BARAL on January 03, 2021 Rating: 5

No comments:

Powered by Blogger.