ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, ୨ଟି ପର୍ଯ୍ୟାୟରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ସମ୍ବଲପୁର ୦୩।୦୧ : ଆଜିଠୁ ଖୋଲିଲା ମା' ସମଲେଶ୍ବରୀଙ୍କ ମନ୍ଦିର। ଦୁଇଟି ପର୍ଯ୍ୟାୟରେ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ସେହିଭଳି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ୩୦ ଯାଏଁ ଦର୍ଶନ ବ୍ୟବସ୍ଥା ହୋଇଛି ।

ଆଜିଠାରୁ ୫ଦିନ ପାଇଁ ସ୍ଥାନୀୟ ଲୋକ ଦର୍ଶନ କରିପାରିବେ । ଏଥିପାଇଁ ସେମାନଙ୍କୁ ଭୋଟର କିମ୍ବା ଆଧାର ପରିଚୟ ପତ୍ର ଦେଖାଇବାକୁ ପଡିବ । । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଛୋଟ ଛୁଆ କିମ୍ବା ବୟସ୍କ ବ୍ଯକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏଥର ଅଲଗା ଏଣ୍ଟ୍ରି ଓ ଏକଜିଟ ଗେଟ୍ ରହିବ। ଯେଉଁ ଗେଟ୍ ରେ ଶ୍ରଦ୍ଧାଳୁ ପ୍ରବେଶ କରିବେ ସେହି ଗେଟ୍ ରେ ବାହାରକୁ ଆସିପାରିବେ ନାହିଁ ।



from Prameya News7 https://ift.tt/386fXPm
ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, ୨ଟି ପର୍ଯ୍ୟାୟରେ ଦର୍ଶନ କରିବେ ଶ୍ରଦ୍ଧାଳୁ ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, ୨ଟି ପର୍ଯ୍ୟାୟରେ ଦର୍ଶନ କରିବେ ଶ୍ରଦ୍ଧାଳୁ Reviewed by SUBHENDU BARAL on January 02, 2021 Rating: 5

No comments:

Powered by Blogger.