୯ ମାସ ପରେ ଆଜି ଖୋଲୁଛି ସ୍କୁଲ୍ , ଅନଲାଇନ୍ ଛାଡ଼ି ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର ୦୮।୦୧ : ଆଜି ଖୋଲିବ ସ୍କୁଲ । ପ୍ରସ୍ତୁତ ସ୍କୁଲ, ଛାତ୍ରଛାତ୍ରୀ ଓ ଶିକ୍ଷକ। ୯ ମାସର ଛୁଟି ପରେ ସ୍କୁଲ୍ ଖୋଲୁଥିବାରୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ଅନଲାଇନ୍ ଛାଡ଼ି ଅଫ୍ ଲାଇନରେ ପାଠ ପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ସରକାର ଜାରି କରିଥିବା ଏସ୍.ଓ.ପି ଅନୁସାରେ ସ୍କୁଲ ଗୁଡିକୁ ପ୍ରସ୍ତୁତ କରାଯାଇଛି। ଏହାସହ ସ୍କୁଲରେ କିପରି ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ପ୍ରାଧାନ୍ୟ ଦେଉଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ ।

ସ୍କୁଲ ପରିସର ଓ କ୍ଲାସ ରୁମ୍ ସାନିଟାଇଜ କରାଯାଇଛି। ସ୍କୁଲରେ ଛାତ୍ରଛାତ୍ରୀ ପ୍ରବେଶ କରିବା ସମୟରେ ହାତ ସାନିଟାଇଜ କରିବା ଲାଗି ଜଣେ ଶିକ୍ଷକ ସ୍କୁଲ ଗେଟ ପାଖରେ ରହିବେ। କ୍ଲାସ ରୁମକୁ ପଶିବା ସମୟରେ ମଧ୍ୟ ଜଣେ ଶିକ୍ଷକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ହାତ ସାନଟାଇଜ କରି ଭିତରକୁ ଛାଡିବେ। କ୍ଲାସ ଭିତରେ ୫ ଫୁଟ ଦୁରତାରେ ଛାତ୍ରଛାତ୍ରୀ ବସିବେ।

ସେହିପରି ଗୋଟିଏ କ୍ଲାସରେ ୨୦ ଜଣ ଛାତ୍ରଛାତ୍ରୀ ବସିବେ। ସାବୁନରେ ହାତ ଧୋଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ୧୦ହଜାର ୧୮ଟି ସ୍କୁଲ ରହିଛି। ସେଥିମଧ୍ୟରୁ ୮ହଜାର ସରକାରୀ ଏବଂ ୨୦୧୮ଟି ବେସରକାରୀ ସ୍କୁଲ। ଏସବୁ ସ୍କୁଲରେ ଏସଓପି ଅନୁସାରେ ବ୍ୟବସ୍ଥା ହୋଇଛି କି ନାହିଁ ତାର ଅନୁଧ୍ୟାନ କରିବା ପାଇଁ ସବୁ ଜିଲ୍ଲା ପାଇଁ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ଶିକ୍ଷକଙ୍କୁ ୧୦୦ ଦିନର ଟାର୍ଗେଟ ଦିଆଯାଇଛି। ବର୍ଷକର କୋର୍ସ ଏହି ସମୟ ଭିତରେ ସାରି ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ପଡିବ ।



from Prameya News7 https://ift.tt/3orO3TE
୯ ମାସ ପରେ ଆଜି ଖୋଲୁଛି ସ୍କୁଲ୍ , ଅନଲାଇନ୍ ଛାଡ଼ି ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ୯ ମାସ ପରେ ଆଜି ଖୋଲୁଛି ସ୍କୁଲ୍ , ଅନଲାଇନ୍ ଛାଡ଼ି ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ Reviewed by SUBHENDU BARAL on January 07, 2021 Rating: 5

No comments:

Powered by Blogger.