ମୋହନା ୦୫।୦୧: ଗଜପତି ମୋହନାରେ ଅପରେସନ ଗ୍ରୀନ କ୍ଲିନ୍ । ୧୭ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ । ମିଳିତ ଚଢାଉ କରି ପ୍ରାୟ ୮୯ ଏକର ଜମିରେ ହୋଇଥିବା ନୀଳ ଜହର ଚାଷ ନଷ୍ଟ କରାଯାଇଛି । ମୋହନା ଥାନା ଲେଖରୀପଟା ଗାଁ ନିକଟରେ ଗଞ୍ଜେଇ ଚାଷ ଚାଲିଥିଲା ।
ଖବର ଅନୁଯାୟୀ, ଲେଖରୀପଟା ଗାଁ ନିକଟରେ ଅନେକ ଦିନ ଧରି ଗଞ୍ଜେଇ କାରବାର ହେଉଥିବା ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏବଂ ସେହି ଗାଁରେ ଚଢାଉ କରାଯାଇଥିଲେ । ଏହା ଚଢାଉରେ ପ୍ରାୟ ୮୯ ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଥିଲା । ଯାହାକୁ ନଷ୍ଟ କରାଯାଇଛି । ତେବେ ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ଆନୁମାନିକ ମୁଲ୍ୟ ପ୍ରାୟ ୧୭ କୋଟି ୮୦ଲକ୍ଷ ହେବ ବୋଲି ସୂଚନା ରହିଛି ।
from Prameya News7 https://ift.tt/3ohf24e
ଅପରେସନ ଗ୍ରୀନ କ୍ଲିନ୍, ୧୭ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ
Reviewed by SUBHENDU BARAL
on
January 04, 2021
Rating:

No comments: