ଢାବା ନିକଟରେ ବୋମାମାଡ଼, କାରଣ ଅସ୍ପଷ୍ଟ

ମାର୍ଶାଘାଇ ୦୪।୦୧ : ଢାବା ନିକଟରେ ବୋମାମାଡ଼ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ଉପରକୁ ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ମାର୍ଶାଘାଇ ଥାନା ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ ବୋମା ମାଡ  ହୋଇଛି । ତିନି ଜଣ ଦୃବୁତ୍ତ ଆସି ଏକ ଟିଭିଏସ୍ ଆପାଚି ବାଇକରେ ଆସି ରାଜପଥ ଉପରେ ଛିଡା ହୋଇ ୨ ଟି ବୋମାମାଡ କରିଥିଲେ । ତେବେ  ଏହି ବୋମାମାଡରେ କୈଣସି କ୍ଷୟକ୍ଷତି ହୋଇନଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ଘଟଣାସଂପର୍କରେ ପୋଲିସକୁ ଖବର ଦିଆଯାଇଥିଲା । ମାର୍ଶାଘାଇ ପୋଲିସ ଏବଂ କେନ୍ଦ୍ରାପଡା ଜିଲ୍ଲା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଛାନ୍‌ଭିନ୍ ଜାରି ରଖିଛନ୍ତି ।



from Prameya News7 https://ift.tt/3nazHWC
ଢାବା ନିକଟରେ ବୋମାମାଡ଼, କାରଣ ଅସ୍ପଷ୍ଟ ଢାବା ନିକଟରେ ବୋମାମାଡ଼, କାରଣ ଅସ୍ପଷ୍ଟ Reviewed by SUBHENDU BARAL on January 03, 2021 Rating: 5

No comments:

Powered by Blogger.