ଭାରସାମ୍ୟ ହରାଇ ବିଲକୁ ଖସିଲା ଯାତ୍ରୀବାହୀ ବସ୍, ଆଉ ତାପରେ…

ରାଇରଙ୍ଗପୁର ୦୨।୦୧ : ଭାରସାମ୍ୟ ହରାଇ ବିଲକୁ ଖସିଲା ଯାତ୍ରୀ ବାହୀ ବସ । ଦୁର୍ଘଟଣାରେ ୪ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ପଦ୍ମବତୀ ନାମକ  ଯାତ୍ରୀବାହୀ ବସ୍‌ ବହଳଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । କିନ୍ତୁ ଟାଉନ୍‌ ଥାନା ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ବିଲକୁ ଖସିପଡିଥିଲା । ଯାହାଫଳରେ ଗାଡ଼ିରେ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଆହତ ହୋଇଛନ୍ତି । କିନ୍ତୁ ଗାଡିରେ ଥିବା ଅଧିକାଂଶ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସେପଟେ ଆହତମାନଙ୍କ ଉଦ୍ଧାର କରି ନିକଟସ୍ଥ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।  



from Prameya News7 https://ift.tt/2JB1rFY
ଭାରସାମ୍ୟ ହରାଇ ବିଲକୁ ଖସିଲା ଯାତ୍ରୀବାହୀ ବସ୍, ଆଉ ତାପରେ… ଭାରସାମ୍ୟ ହରାଇ ବିଲକୁ ଖସିଲା ଯାତ୍ରୀବାହୀ ବସ୍, ଆଉ ତାପରେ… Reviewed by SUBHENDU BARAL on January 01, 2021 Rating: 5

No comments:

Powered by Blogger.