ଏହି ୪ ଜିଲ୍ଲାରେ ଜାନୁଆରୀ ୩୧ ଯାଏଁ ନାଇଟ୍ କର୍ଫ୍ୟୁ, କିନ୍ତୁ ରାତିରେ ଚଳାଚଳ କରିବ ବସ୍

ସିମଲା,୦୧/୦୧: ହିମାଚଳ ପ୍ରଦେଶ ସରକାର କରୋନା ମାମଲାକୁ ନଜରରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୪ ଜିଲ୍ଲାରେ ନାଇଟ୍ କର୍ଫ୍ୟୁକୁ ଜାନୁଆରୀ ୩୧ ଯାଏଁ ବୃଦ୍ଧି କରାଯାଇଛି ।

ରାଜ୍ୟର ସିମଲା, କାଙ୍ଗଡା, ମଣ୍ଡି ଓ କୁଲୁରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏହି କଟକଣା ଜାନୁଆରୀ ୩୧ ଯାଏଁ ଲାଗୁ ହେବ । ଏବେବି ରାଜ୍ୟରେ ଚଳାଚଳ କରୁଥିବା ବସରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଅନୁମତି ରହିଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ଦ୍ଦେଶାନୁସାରେ, ଜାନୁଆରୀ ୨ରେ ପଡୁଥିବା ଶନିବାର ଦିନ ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀର କର୍ମଚାରୀ ଓ୍ୱାର୍କ ଫ୍ରମ୍ ହୋମ୍ କରିବେ । ଏହାପରେ ଆସନ୍ତା ସପ୍ତାହରେ ମାସର ଦ୍ୱିତୀୟ ଶନିବାରକୁ ଛାଡି ପ୍ରତି ଶନିବାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ହେବ ।

ଏହାସହ କୌଣସି ସାର୍ବଜନିକ ଓ ଘରୋଇ କାର୍ଯ୍ୟରେ ସର୍ବାଧିକ ୫୦ଜଣ ଅତିଥିଙ୍କୁ ଅନୁମତି ମିଳିବ ।ଏହାସହ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଆହୁରି ମଧ୍ୟ କୌଣସି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ଆବଶ୍ୟକ । ରାତ୍ରୀ କର୍ଫ୍ୟୁରେ ବସ୍ ଚଳାଚଳ କରିବ ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ କରୋନା ମାମଲା ୫୫୨୭୭ ଥିବା ବେଳେ ଏବେସୁଦ୍ଧା ୯୨୨ଜଣ ପ୍ରାଣ ହରାଇଛନ୍ତି । ଗୁରୁବାର ୧୯୩ଟି ନୂଆ ମାମଲା ସାମ୍ନାକୁ ଆସିଥିଲା ।



from Prameya News7 https://ift.tt/3521u5j
ଏହି ୪ ଜିଲ୍ଲାରେ ଜାନୁଆରୀ ୩୧ ଯାଏଁ ନାଇଟ୍ କର୍ଫ୍ୟୁ, କିନ୍ତୁ ରାତିରେ ଚଳାଚଳ କରିବ ବସ୍ ଏହି ୪ ଜିଲ୍ଲାରେ ଜାନୁଆରୀ ୩୧ ଯାଏଁ ନାଇଟ୍ କର୍ଫ୍ୟୁ, କିନ୍ତୁ ରାତିରେ ଚଳାଚଳ କରିବ ବସ୍ Reviewed by SUBHENDU BARAL on December 31, 2020 Rating: 5

No comments:

Powered by Blogger.