ଶୁଭ ସଙ୍କେତ ଦେଲେ ଅର୍ଥ ସଚିବ ଅଜୟ ଭୂଷଣ : ଶୀଘ୍ର ମିଳିବ ଦ୍ବିତୀୟ ପ୍ରୋତ୍ସାହନ ପ୍ୟାକେଜ

ନୂଆଦିଲ୍ଲୀ ୨/୧୧: କରୋନା ଭାଇରସ୍ ଯୋଗୁଁ ଦେଶରେ ଉଦ୍ୟୋଗକୁ କ୍ଷତିପୂରଣ ଦେବା ଏବଂ ଯୁବବର୍ଗଙ୍କୁ ରୋଜଗାର ମିଳିବା ପାଇଁ ସରକାର ଦ୍ବିତୀୟ ରିଲିଫ ପ୍ୟାକେଜ ଆଣିପାରେ। ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ଏହାର ସଙ୍କେତ ଦେଇଛନ୍ତି। ସେ ଏକ ମିଡିଆ ଏଜେନ୍ସି ସହ କଥା ହେବାବେଳେ କହିଛନ୍ତି ଯେ ସରକାର ଦ୍ବିତୀୟ ପ୍ୟାକେଜ ଉପରେ କାମ କରୁଛନ୍ତି।

ସେ କହିଛନ୍ତି ଯେ ସରକାର ଲଗାତାର ତଳ ସ୍ତର ଯାଏଁ ସ୍ଥିତିର ପର୍ଯ୍ୟବେକ୍ଷଣ କରୁଛନ୍ତି। ଏହା ସହିତ ଅର୍ଥ ବ୍ୟବସ୍ଥାର କେଉଁ କ୍ଷେତ୍ର କିମ୍ବା ଜନସଂଖ୍ୟାର ଭାଗକୁ କେଉଁ ସମୟରେ ସାହାଯ୍ୟ ଯୋଗାଇବ ଏହାକୁ ନେଇ କାମ ଚଳାଇଛି। ସେମାନେ ଏହାକୁ ନେଇ ଉଦ୍ୟୋଗ ସଙ୍ଘ,ବ୍ୟବସାୟ ସଂଘ,ବିଭିନ୍ନ ମନ୍ତ୍ରଣାଳୟଠୁ ପରାମର୍ଶ ନେଉଛନ୍ତି।

ସେ ମଧ୍ୟ ଆଗକୁ କହିଛନ୍ତି ଯେ ଅର୍ଥବ୍ୟବସ୍ଥା ଏବେ ଠିକ୍ ହେଉଛି ଏବଂ ନିରନ୍ତର ବିକାଶ ଆଡ଼କୁ ବଢ଼ୁଛି। ଅକ୍ଟୋବରର ଜିଏସଟି ସଂଗ୍ରହ ୧୦୫,୧୫୫କୋଟି ଟଙ୍କା ଯାହା ଗତବର୍ଷର ଏହି ମାସ ପାଇଁ ବାର୍ଷିକ ଆଧାର ପ୍ରତି ୧୦ପ୍ରତିଶତ ଅଧିକ ।

ଭୂଷଣ କହିଛନ୍ତି ଯେ ଇ-ଓ୍ବେ ବିଲ୍ ଏବଂ ଇ-ଚାଲାଣ ସହ ଜିଏସଟି ସଂଗ୍ରହର ସଂଖ୍ୟା ମିଶି ସଙ୍କେତ ଦେଉଛନ୍ତି ଯେ ଅର୍ଥବ୍ୟବସ୍ଥା କେବଳ ସୁଧୁରି ନାହିଁ ବରଂ ବୃଦ୍ଧି ବାଟରେ ରହିଛି।



from Prameya News7 https://ift.tt/3kUSqoQ
ଶୁଭ ସଙ୍କେତ ଦେଲେ ଅର୍ଥ ସଚିବ ଅଜୟ ଭୂଷଣ : ଶୀଘ୍ର ମିଳିବ ଦ୍ବିତୀୟ ପ୍ରୋତ୍ସାହନ ପ୍ୟାକେଜ ଶୁଭ ସଙ୍କେତ ଦେଲେ ଅର୍ଥ ସଚିବ ଅଜୟ ଭୂଷଣ : ଶୀଘ୍ର ମିଳିବ ଦ୍ବିତୀୟ ପ୍ରୋତ୍ସାହନ ପ୍ୟାକେଜ Reviewed by SUBHENDU BARAL on November 01, 2020 Rating: 5

No comments:

Powered by Blogger.