୩ ବିଜେପି ନେତାଙ୍କୁ ହତ୍ୟା କରିଥିବା ମାଷ୍ଟରମାଇଣ୍ଡ ଆତଙ୍କବାଦୀ ସୈଫୁଲ୍ଲା ନିହତ

ଶ୍ରୀନଗର ୨/୧୧: ଜାମ୍ମୁ କାଶ୍ମୀରରେ ପୋଲିସ୍ ଏବଂ ସୁରକ୍ଷାକର୍ମୀ ସଂଯୁକ୍ତ ଅପରେସନରେ ହିଜବୁଲ୍ ମୁଜାହିଦ୍ଦିନର ଚିଫ୍ କମାଣ୍ଡର ସୈଫୁଲ୍ଲା ନିହତ ହୋଇଛି। ରିୟାଜ ନାୟକୁ ନିହତ ହେବା ପରେ ସୈଫୁଲ୍ଲାକୁ ଚିଫ୍ କମାଣ୍ଡର କରାଯାଇଛି।

ସୂଚନା ଅନୁଯାୟୀ ସୈଫୁଲ୍ଲାକୁ ଶ୍ରୀନଗର ଜିଲ୍ଲାର ରଙ୍ଗରେତ ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡରେ ନିହତ କରାଯାଇଛି। ତାର ଗୋଟିଏ ସହଯୋଗୀକୁ ସେନା ଜୀବିତ ଧରିବାରେ ସଫଳ ହୋଇଛି। ସୈଫୁଲ୍ଲାକୁ ଏବର୍ଷ ହିଜବୁଲ୍ ନିଜର ଚିଫ୍ କରିଥିଲା।

କିଛି ଦିନ ତଳେ ହୋଇଥିବା ଭାରତୀୟ ଜନତା ପାର୍ଟିର ୩ଜଣ କର୍ମୀଙ୍କ ହତ୍ୟା ପଛରେ ସୈଫୁଲ୍ଲାର ହାତ ଥିଲା। ବିଜେପି ନେତାଙ୍କ ହତ୍ୟାରେ ସାମିଲ ଆତଙ୍କବାଦୀ ଅବ୍ବାସ ହିଜବୁଲରୁ ହିଁ ଲସ୍କରକୁ ଯାଇଥିଲା। ସେନା ୭୨ଘଣ୍ଟା ମଧ୍ୟରେ ହିଁ ବିଜେପି ନେତାଙ୍କ ହତ୍ୟାକାରୀକୁ ସଫା କରି ଦେଇଥିଲା।



from Prameya News7 https://ift.tt/3jQryot
୩ ବିଜେପି ନେତାଙ୍କୁ ହତ୍ୟା କରିଥିବା ମାଷ୍ଟରମାଇଣ୍ଡ ଆତଙ୍କବାଦୀ ସୈଫୁଲ୍ଲା ନିହତ ୩ ବିଜେପି ନେତାଙ୍କୁ ହତ୍ୟା କରିଥିବା ମାଷ୍ଟରମାଇଣ୍ଡ ଆତଙ୍କବାଦୀ ସୈଫୁଲ୍ଲା ନିହତ Reviewed by SUBHENDU BARAL on November 01, 2020 Rating: 5

No comments:

Powered by Blogger.