ଡକାୟତି ମାମଲାରେ ପୂର୍ବତନ ଜିଲ୍ଲା ପରିଷଦ ଗିରଫ, ଜାମିନ ନାମଞ୍ଜୁର ପରେ ଜେଲ୍

ଭଦ୍ରକ ୦୨।୧୧:  ଡକାୟତି ମାମଲାରେ ଜଣେ ପୂର୍ବତନ ଜିଲ୍ଲାପରିଷଦ ଗିରଫ ହୋଇଛନ୍ତି । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଦ୍ରକ ଜିଲ୍ଲା ଆଗରପଡା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ଙ୍କ ନାଁ ସଞ୍ଜୀବ ଜେନା ବୋଲି ଜଣାପଡିଛି । ସଞ୍ଜୀବ ୨୬ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ  ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଆଗରପଡା ଥାନା ବିଟିପୁର ଅଞ୍ଚଳର ଘଟଣା । ଏତଲା ଅନୁଯାୟୀ ବିଟିପୁର ଅଞ୍ଚଳରେ ଏକ କେନାଲ କାମ ହେଉଥିବା ବେଳେ ଅଭିଯୁକ୍ତ କେତେକ କର୍ମଚାରୀଙ୍କୁ ଆକ୍ରମଣ  କରିବା ସହ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଛଡ଼ାଇ ନେଇଥିଲେ । ଯାହାକୁ ନେଇ ଆଗରପଡା ପୋଲିସ ୧୨୫ / ୨୦ ନମ୍ବର କେଶ ରୁଜୁ କରିବା ସହ ୩୯୨ ଦଫାରେ ଗିରଫ କରାଯାଇଥିଲା । ପୂର୍ବତନ ଜିଲ୍ଲା ପରିଷଦଙ୍କୁ ଡକାୟତି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଛି ।



from Prameya News7 https://ift.tt/2Jtz5x5
ଡକାୟତି ମାମଲାରେ ପୂର୍ବତନ ଜିଲ୍ଲା ପରିଷଦ ଗିରଫ, ଜାମିନ ନାମଞ୍ଜୁର ପରେ ଜେଲ୍ ଡକାୟତି ମାମଲାରେ ପୂର୍ବତନ ଜିଲ୍ଲା ପରିଷଦ ଗିରଫ, ଜାମିନ ନାମଞ୍ଜୁର ପରେ ଜେଲ୍ Reviewed by SUBHENDU BARAL on November 01, 2020 Rating: 5

No comments:

Powered by Blogger.