ଭାରତରେ ସର୍ବ ପ୍ରଥମେ କାହାକୁ ଦିଆଯିବ ଭ୍ୟାକ୍ସିନ୍ ? SundaySamvaadରେ ଜବାବ ଦେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ ୦୪।୧୦: ସାରା ବିଶ୍ୱର କରୋନା ମହାମାରୀ ଭଳି ଗମ୍ଭୀର ସମସ୍ୟା ଦେଇ ଗତି କରୁଛି । କିପରି ଏହି ମହାମାରୀରୁ ମୁକ୍ତି ମିଳିବ, ସେଥିନେଇ ଅହରହ ଉଦ୍ୟମ ଜାରି ରହିଛି । ସାରା ବିଶ୍ୱ ଏବେ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତି ଦିଗରେ କାର୍ଯ୍ୟ ଜାରି ରଖିଛି । ରାତିଦିନ ବୈଜ୍ଞାନିକ, ଗବେଷକ, ଡାକ୍ତର ମାନେ ନିଜର ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଭାରତ ମଧ୍ୟ ଭ୍ୟାକ୍ସିନ୍ ପ୍ରସ୍ତୁତି ଦୌଡରେ କାମ କରୁଛି । କିଛି ଦିନ ହେଲା ଭାରତରେ ଭ୍ୟାକ୍ସିନ୍ ପ୍ରସ୍ତୁତି କ୍ଷେତ୍ରରେ କିଛି ପ୍ରଗତି ଦେଖିବାକୁ ମିଳିଛି । ତେବେ କେବେ ପର୍ଯ୍ୟନ୍ତ ଭାରତରେ ଭ୍ୟାକ୍ସିନ୍ ଆସିବ ଏବଂ ଟୀକାକରଣ ନେଇ ସରକାରଙ୍କ କିପରି ଯୋଜନା ରହିଛି । ଏହି ସବୁ ଅନେକ ପ୍ରଶ୍ନର ଉତ୍ତର ଦେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ । ରବିବାର ଦିନ ୧ଟା ସମୟରେ ଏହି ସବୁ ପ୍ରଶ୍ନର ଉତ୍ତର ଦେବେ ।
Tune-In tomorrow at 1PM to learn more about India's #COVID19Vaccine plan !
— Dr Harsh Vardhan (@drharshvardhan) October 3, 2020
When will we get #COVID19 vaccination? Who will be vaccinated first? What are the Government’s #COVID_19 immunization targets for Q2 2021? All these & more will be answered tomorrow on #SundaySamvaad ! pic.twitter.com/0UQ7a9oOoK
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତରେ କରୋନା ଭ୍ୟାକ୍ସିନ୍ କେବେ ଆସିବ, ଆଗାମୀ ଟୀକାକରଣ ନେଇ ସରକାରଙ୍କ କଣ ରହିଛି ଯୋଜନା । ସେଥିପାଇଁ ଆପଣମାନେ ରବିବାର ଦିନ ୧ଟାରେ ସୋସିଆଲ୍ ମିଡିଆରେ ମୋ ସହିତ ଯୋଗଦାନ କରନ୍ତୁ । ଏବଂ ସବିଶେଷ ତଥ୍ୟ ବିଷୟରେ ଅବଗତ ହୁଅନ୍ତୁ ।
ଟ୍ୱିଟ୍ରେ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ କରୋନା ଭ୍ୟାକ୍ସିନ୍ କେବେ ମିଳିବ ? ୨୦୨୧ରେ ସରକାର ଟୀକାକରଣ ନେଇ ସରକାରଙ୍କ କଣ ରହିଛି ଲକ୍ଷ୍ୟ ? ଏପରି ଅନେକ ପ୍ରଶ୍ନର ଉତ୍ତର ଦେବେ ମନ୍ତ୍ରୀ । ରବିବାର ଦିନ #SundaySamvaad ! ଜରିଆରେ ଉତ୍ତର ଦିଆଯିବ । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭ୍ୟାକସିନ୍ ନେଇ କୌଣସି ତଥ୍ୟ ରଖିବା ପୂର୍ବରୁ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଥିଲେ ଯେ, ଆମ ଦେଶରେ ଚାଲିଥିବା ଭ୍ୟାକ୍ସିନ୍ ଟ୍ରାଏଲ୍ର ଭଲ ରେଜଲ୍ଟ ଦେଖିବାକୁ ମିଳୁଛି । ଯାହାକି ଆଗାମୀ ଦିନରେ ଆମକୁ ଫାଇଦା ମିଳିପାରେ । ୨୦୨୧ବେଳକୁ ଭ୍ୟାକ୍ସିନ୍ ଆସିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।
from Prameya News7 https://ift.tt/3nhjXCo

No comments: