ସ୍ୱାମୀଙ୍କୁ ଡ୍ରଗ୍ସ ଦେଉଥିଲେ ମଡେଲ୍ ପତ୍ନୀ, ବାଥ୍ରୁମ୍ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀଙ୍କ ମୃତଦେହ Rajalaxmi Sahoo
ବେଙ୍ଗାଲୁରୁ: ମଡେଲିଂ କରୁଥିବା ଜଣେ ଯୁବତୀଙ୍କ ସ୍ୱାମୀଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଫ୍ଲାଟ୍ରୁ ମିଳିଛି। କର୍ଣ୍ଣାଟକ ବେଙ୍ଗାଲୁରୁରେ ଏହି ଘଟଣା ଘଟିଛି। ମଡେଲ୍ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ମଦରେ ଡ୍ରଗ୍ସ ମିଶାଇ ଦେଉଥିଲେ ବୋଲି ଅଭିଯୋଗ ଆସିଛି।
ଯୁବତୀ ଜଣକ ତାଙ୍କ ସ୍ୱାମୀଙ୍କୁ ମଦରେ ଜୋରଜବରଦସ୍ତ ଡ୍ରଗ୍ସ ମିଶାଇ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ପତ୍ନୀଙ୍କ ନିର୍ଯାତନା ସହି ନ ପାରି ସ୍ୱାମୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ସମ୍ପୃକ୍ତ ଯୁବକଙ୍କ ଘର ମଧ୍ୟପ୍ରଦେଶର ରାୟସେନ୍ ଜିଲ୍ଲା ବରେଲିର ଚାରଗାଁରେ।
Aaj Takର ରିପୋର୍ଟ ଅନୁସାରେ, ମୃତକଙ୍କ ପରିବାର ଲୋକ ଏନେଇ ବରେଲି ଥାନାରେ FIR ଦାୟର କରିଥିବା ବେଳେ ମଧ୍ୟପ୍ରଦେଶ ପୋଲିସ୍ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି।
ମୃତକଙ୍କ ପିତା FIRରେ ଦର୍ଶାଇଛନ୍ତି, ‘ତାଙ୍କ ବୋହୂ ଓ ତାଙ୍କର ଜଣେ ସାଙ୍ଗ ତାଙ୍କ ପୁଅ ଯେଉଁ କମ୍ପାନୀରେ କାମ କରୁଥିଲେ ସେହି କମ୍ପାନୀର ମୁଖ୍ୟଙ୍କ ସହାୟତାରେ ତାଙ୍କ ପୁଅକୁ ଡରାଇବା ସହ ଧମକ ମଧ୍ୟ ଦେଉଥିଲେ। ଏହାସହ ମୋ ପୁଅକୁ ମଦ ଓ ଡ୍ରଗ୍ସ ଅଭ୍ୟାସରେ ମଧ୍ୟ ପକାଇ ଦେଇଥିଲେ।
ସମ୍ପୃକ୍ତ ଯୁବକ ଜଣେ ଇଞ୍ଜିନିୟର ଥିଲେ। ଚାକିରି ପାଇଁ ୨୦୧୯ରେ ସେ ଭୋପାଳରୁ ବେଙ୍ଗାଲୁରୁ ଆସିଥିଲେ। ଗତ ସେପ୍ଟେମ୍ବର ୨୩ରେ ବେଙ୍ଗାଲୁରୁ ସ୍ଥିତ ଘରର ବାଥ୍ରୁମ୍ରୁ ଝୁଲନ୍ତା ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ମିଳିଥିଲା। ସୂଚନା ଅନୁସାରେ, ମୃତ୍ୟୁର ପୂର୍ବ ଦିନ ସେ ତାଙ୍କ ଭଉଣୀଙ୍କୁ ଭିଡିଓ କଲ୍ କରି କହିଥିଲେ, ତାଙ୍କ ପତ୍ନୀ ଓ ତାଙ୍କର ଜଣେ ସାଙ୍ଗ ତାଙ୍କୁ ଡ୍ରଗ୍ସ ଦେଉଛନ୍ତି।
ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ପ୍ରକୃତ ସତ ଜଣାପଡ଼ିବ। କେମିତି ଉକ୍ତ ଯୁବକଙ୍କ ମୃତ୍ୟୁ ହେଲା। ଏହା ଆତ୍ମହତ୍ୟା ଥିଲା ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି।
The post ସ୍ୱାମୀଙ୍କୁ ଡ୍ରଗ୍ସ ଦେଉଥିଲେ ମଡେଲ୍ ପତ୍ନୀ, ବାଥ୍ରୁମ୍ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀଙ୍କ ମୃତଦେହ appeared first on OTV Khabar..
from OTV Khabar. https://ift.tt/3jqstMX
No comments: