କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଲାଇଫ୍ ଲାଇନ୍ କୁହାଯାଉଥିବା ଏବଂ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୧୫ ଓ ୪୯ର ମରାମତି ସହ ଉନ୍ନତୀକରଣ କାମକୁ ଯୁଦ୍ଧକାଳୀନ ଭିତ୍ତିିରେ ଶେଷ କରିବା ପାଇଁ କୁହାଯାଇଛି।
ଯଦି ଏହି କାର୍ଯ୍ୟ ତୁରନ୍ତ ଶେଷ ନ ହୁଏ ତେବେ ରାସ୍ତାରେ ଯଦି ଧନଜୀବନ ହାନି ହୁଏ ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ଏଥିସହ କର୍ତ୍ତୃୃପକ୍ଷଙ୍କ ବିରୋଧରେ କୋର୍ଟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚିଠି ମାଧ୍ୟମରେ ଜିଲ୍ଲାପାଳ NHAI ର ସିଜିଏମ୍ ଏବଂ ରିଜିଓନାଲ ଅଫିସରଙ୍କୁ ଜଣାଇ ଦେଇଛନ୍ତି।
ବାରମ୍ବାର ଏହି ରାସ୍ତା ମରାମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ NHAI କର୍ତ୍ତୃପକ୍ଷ ଏହାକୁ ଉପେକ୍ଷା କରିଚାଲିଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ଉଭୟ ରାଜପଥର ଅନେକ ସ୍ଥାନରେ ଖାଲ ସୃଷ୍ଟି ହୋଇ ପାଣି ଜମି ରହିବା ସହିତ ଅନେକ ସମୟରେ ଦୁର୍ଘଟଣା ଘଟୁଛି।
ତେବେ ଜିଲ୍ଲାପାଳଙ୍କ ନୋଟିସ ସମ୍ପର୍କରେ କେନ୍ଦୁଝର ସ୍ଥିତ NHAI ପିଡ଼ିଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ କିଛି କହି ନ ଥିଲେ।
The post ଜାତୀୟ ରାଜପଥ କାମ ତୁରନ୍ତ ସାରିବାକୁ ଜିଲ୍ଲାପାଳଙ୍କ ଚେତାବନୀ appeared first on OTV Khabar..
from OTV Khabar. https://ift.tt/2HVMfCl
No comments: