ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା OTV KHABAR BUREAU

ନୂଆଦିଲ୍ଲୀ: ଦୁଇ ଓଳି ଖାଇବାକୁ ପାଖରେ ଟଙ୍କା ନଥିଲା। ତଥାପି ବୁଲା କୁକୁରଙ୍କର ସେବା କରିବାର ନିଷ୍ପତ୍ତି ନେଇଥିଲେ ପ୍ରତିମା। ଅଳିଆ ଗୋଟାଇ ସେ ଯେତିକି ରୋଜଗାର କରନ୍ତି ସେତିକିରେ ସେ ନିଜେ ଚଳିବା ସହ ୩୦୦ କୁକୁରଙ୍କୁ ଖାଇବାକୁ ଦିଅନ୍ତି। ନିଜର ଗୋଟେ ଛୋଟିଆ ଘର ଅଛି ଯେଉଁଠି ସେ ନିଜେ ରହିବା ସହ ଏ ସମସ୍ତ କୁକୁରଙ୍କୁ ନିଜ ଛୁଆ ପରି ରଖନ୍ତି। ଦିଲ୍ଲୀରେ ରହୁଥିବା ପ୍ରତିମାଙ୍କର ଏହି କାମ ପାଇଁ ଏବେ ସୋଶାଲ୍‌ ମିଡିଆରେ ଲୋକମାନେ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି।

ପଶ୍ଚିମବଙ୍ଗର ନନ୍ଦିଗ୍ରାମର ବାସିନ୍ଦା ପ୍ରତିମା। ୧୯୮୦ ମସିହାରେ ସେ ଦିଲ୍ଲୀ ଆସିଥିଲେ। ୧୯୮୪ରୁ ସେ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି।

ପ୍ରତିମାଙ୍କ କହିବା ଅନୁଯାୟୀ, ସେ ଅଳିଆ ଗୋଟାଇବା ବେଳେ ପ୍ରତିଦିନ କିଛି ବୁଲା କୁକୁରଙ୍କୁ ସେହି ଅଳିଆ ଗଦା ପାଖରେ ଦେଖନ୍ତି। ସେମାନେ ଭୋକିଲା ସେ ଅଳିଆ ଗଦା ପାଖରେ ବୁଲୁଥାନ୍ତି। କେହି ପେଟ ପୁରା ଖାଇବାକୁ ପାଆନ୍ତିନି। ଏସବୁ ଦେଖିବା ପରେ ସେ ସେହି ବୁଲା କୁକୁରଙ୍କୁ ଖାଇବାକୁ ଦେଇ ରଖିବାର ନିଷ୍ପତ୍ତି ନେଇଥିଲେ।

ପ୍ରତିମା ଆହୁରି କହିଛନ୍ତି, ସେ ରହୁଥିବା ଝୁମ୍ପୁଡି ଘରେ କୁକୁରଙ୍କୁ ରଖନ୍ତି। ୨୦୦୩ରେ ତାଙ୍କ ଘର ଜଳି ଯାଇଥିଲା। ୨୦୧୭ରେ ନଗରନିଗମ ତାଙ୍କ ସେଲ୍‌ଟର୍‌ଙ୍କୁ ଭାଙ୍ଗି ଦେଇଥିଲେ। କିନ୍ତୁ ଏ ସମସ୍ତ ସମସ୍ୟା ପରେ ବି ସେ ଏହି କୁକୁର ମାନଙ୍କୁ ତାଙ୍କଠୁ ଦୂରେଇ ଦେଇନାହାନ୍ତି।

କୁକୁରଙ୍କୁ ରଖିଥିବାରୁ ଲୋକମାନେ ପ୍ରତିମାଙ୍କୁ କିଛି ଆର୍ଥିକ ସାହାଯ୍ୟ କରନ୍ତି। ଏହି କୁକୁରଙ୍କ ଖାଇବାକୁ ଦେବାକୁ ପ୍ରତିମାଙ୍କୁ ପ୍ରତିଦିନ ୩୦୦୦ଟଙ୍କା ଖର୍ଚ୍ଚ କରିବାକୁ ହୁଏ। ୫କିଲୋ କୁକୁରଙ୍କ ଖାଦ୍ୟ, ୧୦କେଜି ଚାଉଳ ଏବଂ ୧୫ରୁ ୧୭ କିଲୋ ମାଂସ ଆବଶ୍ୟକ ହୁଏ। ଏଥିସହ କୁକୁରଙ୍କ ପାଇଁ ଔଷଧ ମଧ୍ୟ ରହିଛି।

ପ୍ରତିମା କୁହନ୍ତି, ତାଙ୍କ ଘରକୁ ଆସି ଲୋକମାନେ କୁକୁରଙ୍କୁ ଖାଦ୍ୟ ଦେବାପାଇଁ କିଛି ଟଙ୍କା ଦେଇ ଯାଆନ୍ତି। କିନ୍ତୁ ଏବେ ଲକ୍‌ଡାଉନ୍‌ ପରେ ଲୋକମାନେ ତାଙ୍କ ପାଖକୁ ଆସିବା ବନ୍ଦ କରିଦେଇଛନ୍ତି। ଏବେ କିଛି ଲୋକ ତାଙ୍କୁ ଅନ୍‌ଲାଇନ୍‌ ଟଙ୍କା ପଠାଉଛନ୍ତି। ସେତିକିରେ ଯେତିକି ସମ୍ଭବ ସେ କୁକୁରଙ୍କର ଯତ୍ନ ନେଉଛନ୍ତି।

 

 

 

The post ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା appeared first on OTV Khabar..



from OTV Khabar. https://ift.tt/31hZ0xU
ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା OTV KHABAR BUREAU ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା OTV KHABAR BUREAU Reviewed by SUBHENDU BARAL on October 17, 2020 Rating: 5

No comments:

Powered by Blogger.