ଭୁବବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି Odisha Joint Entrance Examination (OJEE)। ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।
JEE(Main) ଢାଞ୍ଚାରେ କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ ମାଧ୍ୟମରେ ଦିନକୁ ୩ଟି ସିଫ୍ଟରେ ପରୀକ୍ଷା ହେବ। ସକାଳ ୯ଟାରୁ ୧୧ଟା, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୨ଟା ୩୦ ଏବଂ ଅପରାହ୍ଣ ୪ଟାରୁ ୬ଟା ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ।
କୋଭିଡ୍ କଟକଣାକୁ ମାନି ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ତେବେ ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ଭଲ ଭାବେ ସାନିଟାଇଜ କରାଯାଇଛି। ଶହେ ପିଲା ବସିବାକୁ ସୁବିଧା ଥିବା କେନ୍ଦ୍ରରେ ୫୦ ପରୀକ୍ଷାର୍ଥୀ ବସିବେ।
OJEE ପାଇଁ ଓଡ଼ିଶାର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଓ ପାଟନାରେ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥର ୮୦ ହଜାର ଛାତ୍ରଛାତ୍ରୀ OJEE ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିବା OJEE ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
The post ଆଜିଠୁ ଆରମ୍ଭ OJEE, ୩ଟି ସିଫ୍ଟରେ ହେବ ପରୀକ୍ଷା appeared first on OTV Khabar..
from OTV Khabar. https://ift.tt/3nGFVis
No comments: