‘O’ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣର ଆଶଙ୍କା କମ! ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣର ଆଶଙ୍କା କମ! ଗବେଷଣାରୁ ଆସିଲା ବଡ ତଥ୍ୟ । Kanak News

କନକ ବ୍ୟୁରୋ : ବିଶ୍ୱ ମହାମାରୀକୁ ନିପାତ କରିବାକୁ ଭ୍ୟାକସିନ ଖୋଜା ଜାରି ରହିଛି । ବିଶ୍ୱର ବିଭିନ୍ନ ସ୍ଥାନରେ କରୋନା ଟିକାର ପରୀକ୍ଷଣ ଚାଲିଥିବା ବେଳେ ଆସିଛି ଏକ ବଡ ଖବର । ଖାସକରି ବିଭିନ୍ନ ବ୍ଲଡଗ୍ରୁପ ଉପରେ କରୋନା ସଂକ୍ରମଣର ପ୍ରଭାବ କଣ ରହିଛି ସେନେଇ ଏକ ଗବେଷକ ମାନଙ୍କୁ ଏକ ବଡ ତଥ୍ୟ ମିଳିଛି । ‘O’ ବ୍ଲଡଗ୍ରୁପ ବ୍ୟକ୍ତିଙ୍କ ଅପେକ୍ଷା ଅନ୍ୟ ବ୍ଲଡ ଗ୍ରୁପର ଲୋକଙ୍କ କ୍ଷେତ୍ରରେ କରୋନା ଭୂତାଣୁ ସଂକ୍ରମଣ ଅଧିକ ବୋଲି ଗବେଷଣାରୁ ଜଣାଯାଇଛି ।
ସ୍ୱାସ୍ଥ୍ୟ ଭିତ୍ତିକ ପତ୍ରିକା ‘ବ୍ଲଡ୍ ଆଡଭାନ୍ସେସ’ରେ ପ୍ରକାଶିତ ତଥ୍ୟାନୁଯାୟୀ, ‘O’ ରକ୍ତ ଗ୍ରୁପ୍ ବ୍ୟକ୍ତିମାନେ କମ୍ କୋଭିଡ୍ ସଂକ୍ରମଣଶୀଳ। ଜଣେ ବ୍ୟକ୍ତିଙ୍କୁ ଯଦି କୋଭିଡ୍ ପୀଡ଼ିତଙ୍କ ସଂସ୍ପର୍ଶରେ ଅଣାଯାଏ, ତେବେ ‘O’ ରକ୍ତଗ୍ରୁପ୍ ବ୍ୟକ୍ତିଙ୍କର ଅନ୍ୟମାନଙ୍କ ଅପେକ୍ଷା ସଂକ୍ରମଣ ଆଶଙ୍କା କମ୍ ଥାଏ। ଅପରପକ୍ଷେ, ‘ଏ’, ‘ବି’ ଏବଂ ‘ଏବି’ ଗ୍ରୁପ୍ ରକ୍ତ ଥିବା ଲୋକମାନେ ଅଧିକ ସଂକ୍ରମଣ ପ୍ରବଣ ହେବାର ଆଶଙ୍କା ବଢିଯାଏ ବୋଲି ଗବେଷଣାରୁ ଜାଣିବାକୁ ମିଳିଛି । ତେବେ ଏହା ପଛର କଣ କାରଣ ରହିଛି ସେନେଇ ଏଯାଏଁ କୌଣସି ତଥ୍ୟ ମିଳିପାରିନାହିଁ ।
from Kanak News https://ift.tt/3dynqrK https://ift.tt/35boCNJ
Reviewed by SUBHENDU BARAL
on
October 17, 2020
Rating:
No comments: