ଆଜି ନିଟ୍ ପରୀକ୍ଷା ଫଳ : ‘ntaneet.nic.in ଓ nta.ac.in’ ୱେବସାଇଟ୍ ମାଧ୍ୟମରେ ପରୀକ୍ଷାର୍ଥୀ ଜାଣିପାରିବେ ପରୀକ୍ଷା ଫଳ Kanak News

କନକ ବ୍ୟୁରୋ : ଦେଶରେ ଥିବା ମେଡିକାଲ କଲେଜଗୁଡ଼ିକର ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ପରୀକ୍ଷା ଫଳ କେତେବେଳେ ବାହାରିବ ସେନେଇ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ତେବେ ପରୀକ୍ଷାର୍ଥୀ ‘ntaneet.nic.in ଓ nta.ac.in’ ୱେବସାଇଟ୍ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ସେପ୍ଟେମ୍ବର ୧୩ରେ ସାରା ଦେଶରେ ଅନୁଷ୍ଠିତ ପରୀକ୍ଷାରେ ୧୪ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କରୋନା ଆକ୍ରାନ୍ତ ଓ କଣ୍ଟେନ୍ମେଣ୍ଟ ଜୋନ୍ରେ ରହିଥିବା କେତେଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅକ୍ଟୋବର ୧୪ରେ ପରୀକ୍ଷା କରାଯାଇଥିଲା।
ସେଥିରେ ମଧ୍ୟ କିଛି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଉଭୟ ପରୀକ୍ଷାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଏକାଥରେ ପ୍ରକାଶ ପାଇବ। ଓଡ଼ିଶାରୁ ପାଖାପାଖି ୩୪ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଦେଶର ଏକ ଲକ୍ଷ ଏମବିବିଏସ୍ ଓ ବିଡିଏସ ସିଟ୍ରେ ନାମଲେଖା ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି।
from Kanak News https://ift.tt/2GUEyfv https://ift.tt/2GMyoxk
Reviewed by SUBHENDU BARAL
on
October 15, 2020
Rating:
No comments: