୭୫ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ : କରୋନା ପାଇଁ ଚଳିତ ବର୍ଷ ଜନ୍ମଦିନ ପାଳନ କରୁନାହାନ୍ତି ନବୀନ Kanak News

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷରେ ପାଦ ଦେବେ। କିନ୍ତୁ ଏଥର ନବୀନ ନିଜ ଜନ୍ମଦିନ ପାଳନ କରିବେ ନାହିଁ। କୋଭିଡ୍ ସଂକ୍ରମଣ ଯୋଗୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ ବୋଲି ନବୀନ କହିଛନ୍ତି। ଗତ ୮ ମାସ ହେଲା କରୋନା ପାଇଁ ସମେସ୍ତ କଠୋର ସମୟ ଦେଇ ଗତି କରୁଛନ୍ତି।
ତେଣୁ ଶୁକ୍ରବାର ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା, ରକ୍ତଦାନ କରିବା ଓ ପ୍ଲାଜ୍ମା ଦାନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମନ୍ତ୍ରୀ, ବିଧାୟକ, ଦଳର କର୍ମକର୍ତ୍ତାମାନେ ନବୀନ ନିବାସ ନ ଆସିବାକୁ ଏବଂ କୌଣସି ସ୍ଥାନରେ ଉତ୍ସବ ପାଳନ ନ କରିବାକୁ କୁହାଯାଇଛି।
୨୦୦୦ ମସିହାରେ ଓଡ଼ିଶାର ଶାସନ ଡୋରି ଧରିଲା ପରେ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବିକଳ୍ପବିହୀନ ନେତାର ମାନ୍ୟତା ପାଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ରାଜନୀତିରେ ପାଦ ରଖିଥିଲେ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ। ଆଉ ଦୁଇ ଦଶନ୍ଧି ପରେ ଏବେ ସେ ଜଣେ ପୋଖତ ରାଜନୀତିଜ୍ଞ। ରାଜନୀତିରେ ପ୍ରବେଶ ପର ଠାରୁ କ୍ଷମତାରେ ରହି ଆସିଛନ୍ତି । ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଓ ପରେ ମୁଖ୍ୟମନ୍ତ୍ରୀ। କେବେ ନିଜ ରାଜନୈତିିକ ଶତ୍ରୁଙ୍କୁ ନିର୍ଦ୍ଦୟ ଭାବେ ଦମନ କରି ସେ ଚର୍ଚ୍ଚାରେ ରହିଛନ୍ତି ତ ଆଉ କେବେ ଭୋଟ୍ ରାଜନୀତିରେ ବିପୁଳ ବିଜୟ ହାସଲ କରି ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିଛନ୍ତି।
ଉଲ୍ଲେଖଥାଉକି, ଜନ୍ମଦିନ ପାଳିବେ ନାହିଁ ବୋଲି ନବୀନ ଆଜି ଘୋଷଣା କରିଥିଲେ ବି ସୋସିଆଲ୍ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜ୍ୟ ଭିତରର ତଥା ବାହାରର ଅସଂଖ୍ୟ ଶୁଭେଚ୍ଛୁ, ସମର୍ଥକ, ପ୍ରଶଂସକ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।
from Kanak News https://ift.tt/3iXeqgQ https://ift.tt/3aSbWhk
Reviewed by SUBHENDU BARAL
on
October 15, 2020
Rating:
No comments: