ଦେଶରେ ୮୧ ହଜାର ୪୮୪ ଆକ୍ରାନ୍ତ ଓ ହଜାରେ ୯୫ ମୃତ୍ୟୁ : ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୯୯,୭୭୩କୁ ବୃଦ୍ଧି Kanak News

କନକ ବ୍ୟୁରୋ : ଦେଶରେ ୬୪ ଲକ୍ଷର ନିକଟତର ହେଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ସେହିପରି ଏକ ଲକ୍ଷର ପାଖାପାଖି ହେଲାଣି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୮୧ ହଜାର ୪୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୬୯କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ଏକ ହଜାର ୯୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩କୁ ବୃଦ୍ଧି ହୋଇଛି ।
ଦେଶରେ ବର୍ତମାନ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୪୨ ହଜାର ୨୧୭ ରହିଛି । ସୁସ୍ଥ ସଂଖ୍ୟା ୫୩ ଲକ୍ଷ ୫୨ ହଜାର ୭୮କୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।
from Kanak News https://ift.tt/2SfgSo0 https://ift.tt/3l2Ocen
ଦେଶରେ ୮୧ ହଜାର ୪୮୪ ଆକ୍ରାନ୍ତ ଓ ହଜାରେ ୯୫ ମୃତ୍ୟୁ : ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୯୯,୭୭୩କୁ ବୃଦ୍ଧି Kanak News
Reviewed by SUBHENDU BARAL
on
October 01, 2020
Rating:
No comments: