ଆନ୍ଧ୍ର ଉପକୂଳ ଅତିକ୍ରମ କଲା ଅବପାତ: ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷିଲା, ଆଜିଠୁ କମିବ; କିଛି ସ୍ଥାନରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା Kanak News

କନକ ବ୍ୟୁରୋ: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆନ୍ଧ୍ର ଉପକୂଳରୁ ଲଘୁଚାପ ଦୂରେଇ ଯିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଜିଠାରୁ ବିଶେଷ ବର୍ଷା ହେବ ନାହିଁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗଭୀର ଅବପାତ ରୂପରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଥିବା ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୯ କିମି ବେଗରେ ଗତି କରି ତେଲେଙ୍ଗାନା ଉପରେ ରହିଛି।
ତେଲେଙ୍ଗାନାରେ ପହଞ୍ଚିଲା ବେଳକୁ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମକୁ ଗତି କରିବ ଓ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ଫଳରେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ। ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିବ। ଏହା ପରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ବାକି ଜିଲ୍ଲାର କିଛି କିଛି ସ୍ଥାନରେ ବି ସ୍ବଳ୍ପ ବର୍ଷା ହୋଇଛି। ଉପକୂଳ ଓଡ଼ିଶାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ବି ହୋଇଛି। ଗଜପତି ଜିଲ୍ଲା ମୋହନାରେ ସର୍ବାଧିକ ୧୪୨.୦ମିମି ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡି ୧୧୭.୦ ମିମି, ନୂଆଗଡ଼ ୧୦୫.୦ ମିମି, ବ୍ରହ୍ମପୁର ୯୯.୪ମିମି, ଆସିକା ୯୭.୨ ମିମି ଓ କାଶୀନଗର ୯୧.୨ ମିମି ଲେଖାଏଁ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
from Kanak News https://ift.tt/2H2jMtU https://ift.tt/372lQNr
Reviewed by SUBHENDU BARAL
on
October 13, 2020
Rating:
No comments: