ସୋର ରେଳଷ୍ଟେସନରେ ଦୁର୍ଘଟଣା: ଷ୍ଟେସନର ବିଜୁଳି ଖୁଂଟକୁ ଟାଣିନେଲା ମାଲବାହୀ ଟ୍ରେନର ବଗି, ଦବିଗଲା ଫୁଟ ଓଭର ବ୍ରିଜ୍; ଅଳ୍ପକେ ଟଳିଗଲା ବଡ଼ ଧରଣର ଅଘଟଣ Kanak News

କନକ ବ୍ୟୁରୋ: ଟଳିଯାଇଛି ଏକ ବଡ଼ଧରଣର ଅଘଟଣ । ସୋର ରେଳ ଷ୍ଟେସନ୍ରେ ଏକ ବିଜୁଳି ଖୁଂଟକୁ ଧକ୍କା ଦେଇ ଚାଲିଗଲା ମାଲବାହୀ ଟ୍ରେନ୍ । ଯାହା ଫଳରେ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜ୍ ଦବି ଯାଇଛି । ବଡ଼ କଥା ହେଉଛି ଏହି ଫୁଟ ଓଭର ବ୍ରିଜରେ କେହି ଲୋକ ନଥିବାରୁ କେହି ଆହତ କିମ୍ବା ମୃତାହତ ହୋଇନାହାଁନ୍ତି । ଏହି ମାଲବାହୀ ଟ୍ରେନ୍ଟି ଧାମରାରୁ ହଳଦିଆ ଅଭିମୁଖେ ଯାଉଥିଲା । ଟ୍ରେନର ଗୋଟିଏ ଡବା, ଖୋଲାଥିବା କାରଣରୁ ବିଜୁଳି ଖୁଂଟ ସହ ଧକ୍କା ହୋଇଥିବା ପ୍ରତ୍ୟକ୍ଷ୍ୟଦର୍ଶୀ କହିଛନ୍ତି ।
ରାତି ପ୍ରାୟ ୯ଟା ବେଳେ ବାଲେଶ୍ବର ଅଭିମୁଖେ ଆସୁଥିବା ଏକ ମାଲବାହୀ ଟ୍ରେନ୍ର ଧକ୍କାରେ ଏହି ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଥିବା ଫୁଟ୍ ଓଭରବ୍ରିଜ୍ ଗଳିପଡ଼ିବା ସହ ଅନେକ ସିଙ୍ଗନାଲ ଖୁଣ୍ଟ ଭାଙ୍ଗିପଡ଼ିଛି। ଟ୍ରେନ୍ଟି ଷ୍ଟେସନରୁ ବାହାରି ଯାଇଥିବା ବେଳେ ଖବର ପାଇ ୨ କିଲୋମିଟର ଦୂର ମୂଳିସିଂ ରେଳଫାଟକ ନିକଟରେ ଅଟକାଯାଇଛି। ରେଳ ଅଧିକାରୀ ଏବଂ ଆରପିଏଫ୍ ଘଟଣାର ଯାଞ୍ଚ୍ କରିବା ଲାଗି ସେଠାରେ ପହଞ୍ଚିଛନ୍ତି। ତେବେ ଫୁଟ ଓଭରବ୍ରିଜ୍ ଓ ସିଙ୍ଗନାଲ ପୋଲ ଭାଙ୍ଗିବା ପରେ ୨ନମ୍ବର ପ୍ଲାଟଫର୍ମ ଦେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରେନ୍ ଚଳାଚଳ ବାତିଲ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏବେ ଷ୍ଟେସନରେ ଯାତ୍ରୀମାନଙ୍କ ଭିଡ଼ ନଥିବାରୁ ସୋର ରେଳ ଷ୍ଟେସନ ଏକ ବଡ଼ ଧରଣରୁ ଅଘଟଣରୁ ବର୍ତ୍ତିଯାଇଥିବା କୁହାଯାଇଛି।
from Kanak News https://ift.tt/2HZPvwq https://ift.tt/3jzEdg1
No comments: