ଆଜି ବସିବ ଜିଏସଟି ପରିଷଦ ବୈଠକ : ଜିଏସଟି କ୍ଷତିପୂରଣ ସମ୍ପର୍କରେ ବୈଠକରୁ ଆସିପାରେ ବଡ଼ ନିଷ୍ପତ୍ତି ; କେନ୍ଦ୍ରର ଋଣ ବିକଳ୍ପକୁ ନେଇ ବିରୋଧ କରିପାରନ୍ତି ଅଣ-ବିଜେପି ଶାସିତ Kanak News

କନକ ବ୍ୟୁରୋ : ଆଜି ବସିବାକୁ ଯାଉଛି ଦ୍ରବ୍ୟ ଓ ସେବା ଟିକସ ବା ଜିଏସଟି ପରିଷଦର ୪୨ତମ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ଗୁଡ଼ିକକୁ ଜିଏସଟି ବାବଦ କ୍ଷତିପୂରଣ ପ୍ରଦାନ ନେଇ ଏବେ ବି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଜାରି ରହିଛି । ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକ କେନ୍ଦ୍ରର ଜିଏସଟି କ୍ଷତିପୂରଣ ବିକଳ୍ପ ନିଷ୍ପତି ନେଇ ଅସନ୍ତୁଷ୍ଟ ଅଛନ୍ତି । ଆଉ ଏହାରି ଭିତରେ ବସିବାକୁ ଯାଉଛି ଜିଏସଟି ପରିଷଦର ବୈଠକ । ସୂୂଚନା ଅନୁସାରେ ଆଜି ବସିବାକୁ ଯାଉଥିବା ବୈଠକରେ କେନ୍ଦ୍ରର ବିକଳ୍ପ ବ୍ୟବସ୍ଥାକୁ ବିରୋଧ କରିପାରନ୍ତି ଅଣ-ବିଜେପି ଶାସିତ ରାଜ୍ୟ ।

ଚଳିତ ଆର୍ଥିକ ବର୍ଷ ନିମନ୍ତେ ଜିଏସ୍ଟି ରାଜସ୍ୱ ନିଅଂଟିଆ ସ୍ଥିତି ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଲାଗି ୯୭ ହଜାର କୋଟିର ଋଣ ବିକଳ୍ପ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ, ପଂଜାବ ଏବଂ କେରଳ ଭଳି ରାଜ୍ୟ ବର୍ତ୍ତମାନ ସୁଦ୍ଧା ଏହି ଋଣ ବିକଳ୍ପକୁ ଗ୍ରହଣ କରିନାହାଁନ୍ତି । ଆଜିର ଏହି ବୈଠକରେ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ଜିଏସଟି କ୍ଷତିପୂରଣ ପାଇଁ କେନ୍ଦ୍ର ସରକାର ଆଗରେ ନିଜର ଦାବି ରଖିପାରନ୍ତି ।



from Kanak News https://ift.tt/3jrjATk https://ift.tt/2SojoIC
ଆଜି ବସିବ ଜିଏସଟି ପରିଷଦ ବୈଠକ : ଜିଏସଟି କ୍ଷତିପୂରଣ ସମ୍ପର୍କରେ ବୈଠକରୁ ଆସିପାରେ ବଡ଼ ନିଷ୍ପତ୍ତି ; କେନ୍ଦ୍ରର ଋଣ ବିକଳ୍ପକୁ ନେଇ ବିରୋଧ କରିପାରନ୍ତି ଅଣ-ବିଜେପି ଶାସିତ Kanak News ଆଜି ବସିବ ଜିଏସଟି ପରିଷଦ ବୈଠକ : ଜିଏସଟି କ୍ଷତିପୂରଣ ସମ୍ପର୍କରେ ବୈଠକରୁ ଆସିପାରେ ବଡ଼ ନିଷ୍ପତ୍ତି ; କେନ୍ଦ୍ରର ଋଣ ବିକଳ୍ପକୁ ନେଇ ବିରୋଧ କରିପାରନ୍ତି ଅଣ-ବିଜେପି ଶାସିତ Kanak News Reviewed by SUBHENDU BARAL on October 04, 2020 Rating: 5

No comments:

Powered by Blogger.