କରୋନାର କରୁଣ ଚିତ୍ର, ମରିଗଲା ମାନବିକତା! ଆହତ ବାପାଙ୍କୁ ଛୁଇଁଲେନି, କୁନିଝିଅର ବିକଳ ଡାକ ଶୁଣିଲେନି ଲୋକେ Kanak News

କନକ ବ୍ୟୁରୋ:  କୁନିଝିଅର ବୁକୁଫଟା କାନ୍ଦ। ‘ବାପା ବାପା’ର ବିକଳ ଡାକ । ରାସ୍ତା ଉପରେ ଆହତ ହୋଇ ସହାୟତା ଅପେକ୍ଷାରେ ପଡ଼ିଥିଲେ ବାପା। କୁନିଝିଅର କାନ୍ଦ ଛାତି ଥରାଇ ଦେଉଥିଲା। ସଂଜ୍ଞାହୀନ ବାପାଙ୍କୁ ଉଠାଇବାକୁ ଚେଷ୍ଟା କରି ବି ପାରୁ ନଥିଲା କୁନି ହାତ ଦୁଇଟି। ରାସ୍ତାରେ ଯାଉଥିବା ସମସ୍ତେ ଦେଖୁଥିଲେ ଏ ଚିତ୍ର । ପୁଣି ନିଜ ବାଟରେ ଚାଲିଯାଉଥିଲେ। ସେମାନଙ୍କୁ ଉଠାଇଥିଲେ ଯେମିତି କରୋନା ସଂକ୍ରମଣ ହୋଇଯିବ! ଏମିତି ହୃଦୟ ବିଦାରକ ଚିତ୍ର ଗତକାଲି ଯାଜପୁର ଜିଲ୍ଲା ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳ ଟମକା-ମଙ୍ଗଳପୁରର କୁସୁମୁଣ୍ଡିଆ ବାଘପଡ଼ିଆ ରାସ୍ତାରେ ଦେଖିବାକୁ ମିଳିଛି।

ଖବର ଅନୁସାରେ ଗତକାଲି  ପୁଅର ପ୍ରଥମ ଜନ୍ମଦିନ ଥିଲା। ଏଣୁ ବାପା ସୂର୍ଯ୍ୟମଣି ହାଁସଦା ଝିଅ ଜବାକୁ ଧରି ଓଏମ୍‌ସି କାଳିଆପାଣି କଲୋନିସ୍ଥିତ କ୍ବାର୍ଟର୍ସରୁ ୯ କିଲୋମିଟର ଦୂର ମହୁଲଖାଲ ଗାଁର ଶ୍ବଶୁର ଘରକୁ ସ୍କୁଟିରେ ବାହାରିଥିଲେ। ସାଙ୍ଗରେ ନୂଆ ପୋଷାକପତ୍ର, କେକ୍‌, ବେଲୁନ ଓ ଅନ୍ୟାନ୍ୟ ଉତ୍ସବ ସାମଗ୍ରୀ ନେଉଥିଲେ। କିନ୍ତୁ ବାଟରେ କୌଣସି କାରଣରୁ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରିବାରର ଖୁସି ହଠାତ୍‌ ମିଳାଇ ଯାଇଥିଲା। ପରେ ବାପଝିଅଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି।



from Kanak News https://ift.tt/33meIJE https://ift.tt/3n7F8Xv
କରୋନାର କରୁଣ ଚିତ୍ର, ମରିଗଲା ମାନବିକତା! ଆହତ ବାପାଙ୍କୁ ଛୁଇଁଲେନି, କୁନିଝିଅର ବିକଳ ଡାକ ଶୁଣିଲେନି ଲୋକେ Kanak News କରୋନାର କରୁଣ ଚିତ୍ର, ମରିଗଲା ମାନବିକତା! ଆହତ ବାପାଙ୍କୁ ଛୁଇଁଲେନି, କୁନିଝିଅର ବିକଳ ଡାକ ଶୁଣିଲେନି ଲୋକେ Kanak News Reviewed by SUBHENDU BARAL on October 02, 2020 Rating: 5

No comments:

Powered by Blogger.