ସାହାଯ୍ୟ ପାଇଁ ହାତ ବଢାଇ ବଦଳାଇଦେଲେ ଏଟିଏମ୍ କାର୍ଡ, ଆକାଉଣ୍ଟରୁ ହଡ଼ପ କରିନେଲେ ୬ଲକ୍ଷ ଟଙ୍କା

ଖଲ୍ଲିକୋଟ ୧୦।୧୦: ସହଯୋଗ କରିବାକୁ ନେଇ ଠକିନେଇଗଲା ଜମାପୁଞ୍ଜି । ଜଣେ ବରିଷ୍ଠ ନାଗରିକଙ୍କୁ ଏଟିଏମ୍‌ରୁ ଟଙ୍କା ଉଠାଣ ସମୟରେ ସହଯୋଗ କରିବାକୁ ଠକିନେଲେ ୬ଲକ୍ଷ ଟଙ୍କା । ଏହି ଠକାମିର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ହଂସପୁର ଗାଁରେ ନିତେଇ ବୋଲି ଜଣାପଡିଛି ।  

ଖବର ଅନୁଯାୟୀ, ଗତ ମାସ ୨୬ତାରିଖ ଦିନ ବଡ଼ମଧପୁର ଗାଁରେ ଥିବା ଏଟିଏମ୍ ନିକଟକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେ ପ୍ରଥମେ ୧୦ହଜାର ଟଙ୍କା ଉଠାଣ କରିଥିଲେ କିନ୍ତା ତାହା ବାହାରି ନଥିଲା । ତେବେ ଏଟିଏମ୍‌ ନିକଟରେ ଉପସ୍ଥିତ ଥିବା ଜଣେ ଲୋକ ମେସିନ୍‌ରୁ ଥରକେ ୧୦ହଜାର ଟଙ୍କା ବାହାରିବ ନାହିଁ ବୋଲି କହିଥିଲେ , ପରେ ତାଙ୍କୁ ଟଙ୍କା ଉଠାଣରେ  ସହଯୋଗ କରିଥିଲେ । ପ୍ରଥମେ ୯୫୦୦, ଦ୍ୱିତୀୟ ଥର ୯୫୦୦, ପରେ ୧୦୦୦ ଆଉ ସର୍ବମୋଟ ତାଙ୍କୁ ୨୦ହଜାର ଟଙ୍କା ଉଠାଣରେ ସହଯୋଗ କରିଥିଲେ ।  ଏହି ସମୟ ମଧ୍ୟରେ ସଂପୃକ୍ତ ବ୍ୟକ୍ତିଜଣଙ୍କ କାର୍ଡ ବଦଳାଇଥିଲେ ।ହରିହର ମାଝୀ ଲେଖା ଥିବା ଏଟିଏମ୍‌ କାର୍ଡ ଦେଇ ଅଦଳବଦଳ କରିଦେଇଥିଲେ । କିନ୍ତୁ ନୀତେଇ ଏହା ଜାଣି ପାରିନଥିଲେ  ।

ସେପଟେ କାର୍ଡ ବଦଳାଇଥିବା ବ୍ୟକ୍ତିଜଣଙ୍କ ଲଗାତର ଭାବେ ନୀତେଇଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରିଚାଲିଥିଲେ । ଏପରିକି ସୁନା ଦୋକାନୀରୁ ୨୭ ତାରିଖରେ ୪୫ହଜାର ୩ଶହ ଏବଂ ୨୯ରେ ୪୯ ହଜାର ୫ଶହ ଟଙ୍କାର ସୁନା ମଧ୍ୟ କିଣିଛନ୍ତି ।  ନୀତେଇ ଚଳିତ ମାସ ୭ତାରିଖରେ ଟଙ୍କା ଉଠାଣ ପାଇଁ ଯିବା ପରେ ତାଙ୍କ ଏଟିଏମ କାର୍ଡ ବଦଳି ଥିବା ଜାଣିବାକୁ ପାଇଥିଲେ । ଏହା ପରେ  ସେ ଛତ୍ରପୁର ଷ୍ଟେଟବ୍ୟାଙ୍କକୁ ଆସି ପାସବୁକ ଅପଡେଟ କରିବା ପରେ ତାଙ୍କ ଖାତାରୁ ୬ଲକ୍ଷ ୪  ହଜାର ୮ଶହ ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ ।  ସେ ଚାକିରି କରିବା ସହ ଅବସର ପରେ ପୁଅ ବାହାଘର ପାଇଁ ଖାତାରେ ୮ ଲକ୍ଷ ଟଙ୍କା ରଖିଥିଲେ ବୋଲି କହିଛନ୍ତି । ଏଟିଏମ ରେ ଟଙ୍କା ଉଠାଣ ସମୟ ରେ ତାଙ୍କ ନିକଟରେ ଥିବା ଲୋକ ଜଣକ ମାସ୍କ ପିନ୍ଧି ଥିବାରୁ ସେ ତାକୁ ଜାଣିନଥିବା କହିଛନ୍ତି ।



from Prameya News7 https://ift.tt/30Qm7ix
ସାହାଯ୍ୟ ପାଇଁ ହାତ ବଢାଇ ବଦଳାଇଦେଲେ ଏଟିଏମ୍ କାର୍ଡ, ଆକାଉଣ୍ଟରୁ ହଡ଼ପ କରିନେଲେ ୬ଲକ୍ଷ ଟଙ୍କା ସାହାଯ୍ୟ ପାଇଁ ହାତ ବଢାଇ ବଦଳାଇଦେଲେ ଏଟିଏମ୍ କାର୍ଡ, ଆକାଉଣ୍ଟରୁ ହଡ଼ପ କରିନେଲେ ୬ଲକ୍ଷ ଟଙ୍କା Reviewed by SUBHENDU BARAL on October 09, 2020 Rating: 5

No comments:

Powered by Blogger.