ବସ୍-ବୋଲେରୋ ମୁହାଁମୁହିଁ ଧକ୍କା : ୭ ମୃତ, ୩୦ରୁ ଆହତ

ପିଲଭୀତ ୧୭।୧୦: ଉତ୍ତର ପ୍ରଦେଶର ପିଲଭୀତର ପୁରାଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଆଜି ଭୋର ସମୟରେ ପିଲଭିତ୍‌ ପୁରାନପୁର ଅଞ୍ଚଳରେ ଏକ ବସ୍‌ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । । ଉଭୟ ଗାଡ଼ିର ଚାଳକମାନେ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଯାତ୍ରୀବାହୀ ବସ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଅଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।



from Prameya News7 https://ift.tt/35cKMj0
ବସ୍-ବୋଲେରୋ ମୁହାଁମୁହିଁ ଧକ୍କା : ୭ ମୃତ, ୩୦ରୁ ଆହତ ବସ୍-ବୋଲେରୋ ମୁହାଁମୁହିଁ ଧକ୍କା : ୭ ମୃତ, ୩୦ରୁ ଆହତ Reviewed by SUBHENDU BARAL on October 16, 2020 Rating: 5

No comments:

Powered by Blogger.