ବିଜେପି ନେତା ଚୀନ ଦୂତାବାସ ବାହାରେ ଲଗାଇଲେ ପୋଷ୍ଟର, ତାଇଓ୍ବାନକୁ ଜଣାଇଲେ ‘ଜାତୀୟ ଦିବସ’ର ଶୁଭେଚ୍ଛା

ନୂଆଦିଲ୍ଲୀ ୧୦/୧୦: ତାଇଓ୍ବାନ ସହ ବନ୍ଧୁତା ସମ୍ପର୍କ ରଖିଥୁବା ଦେଶ ଉପରେ ଚୀନ ଚିଡ଼ିଥାଏ। ମାତ୍ର ଭାରତ ସହ ତାଇଓ୍ବାନର ରହିଛି ମଧୁର ସମ୍ପର୍କ। ଆଜି ଅର୍ଥାତ ଅକ୍ଟୋବର ୧୦ ହେଉଛି ତାଇଓ୍ବାନର ନ୍ୟାସନାଲ ଡେ’ ବା ଜାତୀୟ ଦିବସ। ସାମାଜିକ ଗଣମାଧ୍ୟମରେ ଭାରତବାସୀ ତାଇଓ୍ବାନକୁ ସମର୍ଥନ କରିଛନ୍ତି।  ଏହା ବ୍ୟତୀତ ଦିଲ୍ଲୀରେ ଚୀନା ଦୂତାବାସ ବାହାରେ ତାଇଓ୍ବାନକୁ ଶୁଭେଚ୍ଛା ଦେଉଥିବା ପୋଷ୍ଟର ଲଗାଇଛନ୍ତି। ଏହା ଦ୍ବାରା ଚୀନ ଅଧିକ ଚିହିଁକି ଉଠିଛି। ତେବେ ଏ ପୋଷ୍ଟର ଲଗାଇଛନ୍ତି ବିଜେପି ନେତା ତଞ୍ଜିନ୍ଦର ସିଂହ। ଭାରତରେ ଚୀନ ଦୂତାବାସ ଭାରତୀୟ ମିଡିଆକୁ କାର୍ଯ୍ୟକ୍ରମରୁ ଦୂରରେ ରହିବାକୁ କହିଥିଲା। ସେତେବେଳେ ମଧ୍ୟ ତାଇଓ୍ବାନ ଚୀନକୁ ଏହାର କଡ଼ା ଜବାବ ଦେଇଥିଲା।

https://twitter.com/TajinderBagga/status/1314666816761806848

ଚାଣକ୍ୟପୁରୀରେ ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ଲାଗିଛି। ଏଥିରେ ଅକ୍ୟୁପାଏଡ ଚୀନର ନକ୍ସା ହୋଇଛି। ଏହା ସହ ବଡ଼ ବଡ଼ ଅକ୍ଷରରେ ତାଇଓ୍ବାନ ତଳେ ଲେଖା ଯାଇଛି ‘ହ୍ୟାପି ନାସନାଲ ଡେ’। ଚୀନ ଦୂତାବାସ ଶାନ୍ତିପଥରେ ପଡ଼ିଥାଏ। ବହୁତ ଲୋକ ଶାନ୍ତିପଥର ନାଁ ବଦଳାଇ ଦଲାଇଲାମା ପଥ ରଖିବାକୁ ଦାବି କରିଛନ୍ତି। ସୋସିଆଲ ମିଡ଼ିଆରୁ ଭାରତ ତରଫରୁ ଭାରି ସମର୍ଥନ ମିଳିବାରୁ ତାଇଓ୍ବାନ ବିଦେଶ ମନ୍ତ୍ରାଳୟ ଖୁସି ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଅକ୍ଟୋର ୧୦ରେ ତାଇଓ୍ବାନ ଜାତୀୟ ଦିବସ ପାଳନ କରେ। ଚୀନ ଏହି ଇଲାକାକୁ ନିଜର ଅଂଶ ବୋଲି କହିଥାଏ ଓ ଚାହେଁ ଅନ୍ୟ ଦୁନିଆ ମଧ୍ୟ ଏମିତି କରୁ।



from Prameya News7 https://ift.tt/3lvUOC3
ବିଜେପି ନେତା ଚୀନ ଦୂତାବାସ ବାହାରେ ଲଗାଇଲେ ପୋଷ୍ଟର, ତାଇଓ୍ବାନକୁ ଜଣାଇଲେ ‘ଜାତୀୟ ଦିବସ’ର ଶୁଭେଚ୍ଛା ବିଜେପି ନେତା ଚୀନ ଦୂତାବାସ ବାହାରେ ଲଗାଇଲେ ପୋଷ୍ଟର, ତାଇଓ୍ବାନକୁ ଜଣାଇଲେ ‘ଜାତୀୟ ଦିବସ’ର ଶୁଭେଚ୍ଛା Reviewed by SUBHENDU BARAL on October 09, 2020 Rating: 5

No comments:

Powered by Blogger.