Unlock 4: ୫ ମାସ ପରେ ଆଜିଠୁ ପୁଣି ଗଡ଼ିଲା ମେଟ୍ରୋ ଟ୍ରେନ୍‌ Rajalaxmi Sahoo

ନୂଆଦିଲ୍ଲୀ: ଆଜିଠୁ ଦେଶର କିଛି ସହରରେ ମେଟ୍ରୋ ରେଲ୍‌ୱେ ସେବା ପୁଣି ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ମାସରୁ ଅଧିକ ଦିନ ହେବ ଏହି ସେବା ବନ୍ଦ ରହିଥିଲା।

କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ସ ଆଧାରରେ, ଦିଲ୍ଲୀ, ନୋଇଡା, ଚେନ୍ନାଇ, କୋଚି, ବେଙ୍ଗାଲୁରୁ, ମୁମ୍ବାଇ ଲାଇନ୍‌-୧, ଜୟପୁର, ହାଇଦ୍ରାବାଦ, ମହା ମେଟ୍ରୋ(ନାଗପୁର), କୋଲକାତା, ଗୁଜରାଟ ଓ ଉତ୍ତରପ୍ରଦେଶ ମେଟ୍ରୋ ଅଥରିଟି ମେଟ୍ରୋ ଟ୍ରେନ୍‌ ଚଳାଚଳ ନେଇ ସେମାନଙ୍କର Standard Operating Procedures(SOP) ପ୍ରସ୍ତୁତ କରିଛନ୍ତି। ତେବେ ଚଳିତ ମାସରେ ମହାରାଷ୍ଟ୍ରରେ ମେଟ୍ରୋ ଟ୍ରେନ୍‌ ଚଳାଚଳ କରିବ ନାହିଁ।

ଜାଣନ୍ତୁ କ’ଣ ରହିଛି ଗାଇଡ୍‌ଲାଇନ୍ସ…

  • କରୋନା ଲକ୍ଷଣ ନ ଥିବା ଯାତ୍ରୀମାନେ ହିଁ କେବଳ ଟ୍ରେନ୍‌ରେ ଯାତ୍ରା କରିପାରିବେ।
  • ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ।
  • ସାନିଟାଇଜେସନ୍‌ ଉପରେ ପ୍ରାଧାନ୍ୟ।
  • ମୋବାଇଲ୍‌ରେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ।
  • ରେଲ୍‌ୱେ ଷ୍ଟେସନରେ ଯାତ୍ରୀମାନଙ୍କର ହେବ ଥର୍ମାଲ୍‌ ଚେକ୍‌।
  • କ୍ୟାସ୍‌ ଟ୍ରାନ୍‌ଜାକ୍ସନ ଓ ଟୋକନ୍‌ ବ୍ୟବହାର ନ କରିବା ପାଇଁ ନିଷ୍ପତ୍ତି।
  • ଟ୍ରେନ୍‌ ଭିତରେ ଓ ରେଲ୍‌ୱେ ଷ୍ଟେସନ୍‌ରେ ଗହଳି ଏଡାଇବାକୁ ନିଷ୍ପତ୍ତି।
  • ଯାତ୍ରା ସମୟରେ କମ୍‌ କଥାବାର୍ତ୍ତା କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ।

ଯେପରି ଟଚ୍ ଫ୍ରି ସର୍ଭିସ୍ ଯୋଗାଇ ହେବ ସେନେଇ ମଧ୍ୟ ବିଭିନ୍ନ ବନ୍ଦୋବସ୍ତ ହୋଇଛି। ଦିଲ୍ଲୀ ସମେତ ଅନ୍ୟ ମେଟ୍ରୋ ଷ୍ଟେସନ୍‌ରେ ସାନିଟାଇଜ୍ କରାଯାଇଛି। ଏହାସହ ଟ୍ରେନ୍ ବଗିକୁ ସ୍ୱତନ୍ତ୍ର ଭାବେ ସାନିଟାଇଜ୍ କରାଯାଇଛି। ଆଜିଠୁ ଅଳ୍ପ କିଛି ମେଟ୍ରୋ ଟ୍ରେନ୍‌ ଚଳାଚଳ କରିଥିବାବେଳେ ଆଗାମୀ ଦିନରେ ଏହି ସଂଖ୍ୟାକୁ ବଢ଼ାଇବା ନେଇ ଯୋଜନା ଚାଲିଛି। ମାର୍ଚ୍ଚ ଶେଷ ସପ୍ତାହରୁ ଦେଶରେ ମେଟ୍ରୋ ଟ୍ରେନ୍‌ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିଲା।

The post Unlock 4: ୫ ମାସ ପରେ ଆଜିଠୁ ପୁଣି ଗଡ଼ିଲା ମେଟ୍ରୋ ଟ୍ରେନ୍‌ appeared first on OTV Khabar..



from OTV Khabar. https://ift.tt/2DA5nDU
Unlock 4: ୫ ମାସ ପରେ ଆଜିଠୁ ପୁଣି ଗଡ଼ିଲା ମେଟ୍ରୋ ଟ୍ରେନ୍‌ Rajalaxmi Sahoo Unlock 4: ୫ ମାସ ପରେ ଆଜିଠୁ ପୁଣି ଗଡ଼ିଲା ମେଟ୍ରୋ ଟ୍ରେନ୍‌ Rajalaxmi Sahoo Reviewed by SUBHENDU BARAL on September 06, 2020 Rating: 5

No comments:

Powered by Blogger.