ନିଶା ସ୍ପ୍ରେ ମାରି ଅଚେତ କରାଇଦେଲେ, ଲୁଟିନେଲେ ୧୦ ଲକ୍ଷ ଟଙ୍କା, ୫୦ ଭରି ସୁନା ଅଳଙ୍କାର Rajalaxmi Sahoo

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅନ୍ତର୍ଗତ କିରାଙ୍ଗ ଗାଁରେ ଜଣେ ଠିକା କର୍ମଚାରୀଙ୍କ ଘରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍‌ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସମ୍ପୃକ୍ତ ଠିକା କର୍ମଚାରୀ ଜଣକ ଘରେ ନ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ୪ଜଣ ଦୁର୍ବୃତ୍ତ ଘରେ ଭିତରେ ପଶିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ କର୍ମଚାରୀଙ୍କ ୨ ଭଉଣୀଙ୍କୁ ନିଶା ସ୍ପ୍ରେ ମାରି ଅଚେତ କରାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି।

ଦୁର୍ବୃତ୍ତମାନେ ୧୦ ଲକ୍ଷ ଟଙ୍କା ଏବଂ ୫୦ ଭରି ସୁନା ଅଳଙ୍କାର ଲୁଟ୍‌ କରି ନେଇଥିବା ଜଣାପଡ଼ିଛି। ଅଭିଯୋଗ ପରେ ଘଟଣାସ୍ଥଳରେ ନାଲ୍‌କୋ ପୋଲିସ୍‌ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

The post ନିଶା ସ୍ପ୍ରେ ମାରି ଅଚେତ କରାଇଦେଲେ, ଲୁଟିନେଲେ ୧୦ ଲକ୍ଷ ଟଙ୍କା, ୫୦ ଭରି ସୁନା ଅଳଙ୍କାର appeared first on OTV Khabar..



from OTV Khabar. https://ift.tt/2FpMxA8
ନିଶା ସ୍ପ୍ରେ ମାରି ଅଚେତ କରାଇଦେଲେ, ଲୁଟିନେଲେ ୧୦ ଲକ୍ଷ ଟଙ୍କା, ୫୦ ଭରି ସୁନା ଅଳଙ୍କାର Rajalaxmi Sahoo ନିଶା ସ୍ପ୍ରେ ମାରି ଅଚେତ କରାଇଦେଲେ, ଲୁଟିନେଲେ ୧୦ ଲକ୍ଷ ଟଙ୍କା, ୫୦ ଭରି ସୁନା ଅଳଙ୍କାର Rajalaxmi Sahoo Reviewed by SUBHENDU BARAL on September 09, 2020 Rating: 5

No comments:

Powered by Blogger.