ସୋସିଆଲ୍‌ ମିଡିଆରେ ମୁହଁ ଖୋଲିଲେ ବର୍ଷା, କହିଲେ-‘ବଦନାମ କରିବା ପୂର୍ବରୁ…’ Rajalaxmi Sahoo

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପାରିବାରିକ ହିଂସା ମାମଲାରେ ସୋସିଆଲ୍‌ ମିଡିଆରେ ମୁହଁ ଖୋଲିଲେ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ।

ଟ୍ୱିଟ୍‌ କରି ସେ କହିଛନ୍ତି, ‘ସତ କେବେ ଲୁଚି ରହେନା। ଭୁଲ୍‌ ଏବଂ ମିଥ୍ୟା ଅଭିଯୋଗ ଆଣି ଜଣକୁ ବଦନାମ କରିବା ପୂର୍ବରୁ ଭଗବାନଙ୍କୁ ଡରିବା ଉଚିତ୍‌। ଭଗବାନଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି।’

ବର୍ଷା ଆହୁରି କହିଛନ୍ତି, ‘କେହି ଆଇନର ଉର୍ଦ୍ଧ୍ୱରେ ନୁହଁନ୍ତି। ମୁଁ ଯେଉଁ କଠିନ ସମୟ ଦେଇ ଗତି କରୁଛି, ଏଠି ସମସ୍ତଙ୍କର ଆଶୀର୍ବାଦ ଚାହୁଁଛି। ଏହାସହ ମୁଁ ନିରବତା ଭଙ୍ଗ କରିବା ପାଇଁ ଚେଷ୍ଟା କରୁଛି। ସମସ୍ତଙ୍କ ପ୍ରତି ମୋର ସମ୍ମାନ ଓ ଭଲ ପାଇବା ରହିଛି।’

ବର୍ଷା ଟ୍ୱିଟ୍‌ କରି ଏସବୁ ଉଲ୍ଲେଖ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି।

ପଢ଼ନ୍ତୁ: ପ୍ରେସ୍ ବିଜ୍ଞପ୍ତି ଜାରି କରି ମୁହଁ ଖୋଲିଲେ ଅନୁଭବ

The post ସୋସିଆଲ୍‌ ମିଡିଆରେ ମୁହଁ ଖୋଲିଲେ ବର୍ଷା, କହିଲେ-‘ବଦନାମ କରିବା ପୂର୍ବରୁ…’ appeared first on OTV Khabar..



from OTV Khabar. https://ift.tt/3byWA1y
ସୋସିଆଲ୍‌ ମିଡିଆରେ ମୁହଁ ଖୋଲିଲେ ବର୍ଷା, କହିଲେ-‘ବଦନାମ କରିବା ପୂର୍ବରୁ…’ Rajalaxmi Sahoo ସୋସିଆଲ୍‌ ମିଡିଆରେ ମୁହଁ ଖୋଲିଲେ ବର୍ଷା, କହିଲେ-‘ବଦନାମ କରିବା ପୂର୍ବରୁ…’ Rajalaxmi Sahoo Reviewed by SUBHENDU BARAL on September 06, 2020 Rating: 5

No comments:

Powered by Blogger.