ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ Rajalaxmi Sahoo

ତେଲେଙ୍ଗାନା: ନିଜ ଜୀବନକୁ ବାଜିରେ ଲଗାଇ ଝରଣା ପାଣିରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ। ଯାହାକୁ ନେଇ ଏବେ ଚର୍ଚ୍ଚାରେ ତେଲଙ୍ଗାନାର ହୋମଗାର୍ଡ ମୁଜିଦ୍‌। ଝରଣା ପାଣିର ପ୍ରଖର ସ୍ରୋତରେ ସେ କିଭଳି ଭାବରେ ଏକ କୁକୁରର ଜୀବନ ବଞ୍ଚାଉଛନ୍ତି, ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ତେଲେଙ୍ଗାନା ନାଗାରକୁର୍ଣ୍ଣୁଲ୍‌ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଦେଇ ପ୍ରବାହିତ ହୋଇଥିବା ଝରଣାର ଅପରପାର୍ଶ୍ୱରେ ବୁଦାରେ କୁକୁରଟି ଫସି ଯାଇଥିଲା। ଏହାଦେଖି ହୋମଗାର୍ଡ ଜଣକ ନିଜ ଜୀବନକୁ ବାଜିରେ ଲଗାଇ ଜେସିବି ସହାୟତାରେ ପାଣିର ପ୍ରଖର ସ୍ରୋତରେ ପଶି କୁକୁରଟିର ଜୀବନ ବଞ୍ଚାଇଥିଲେ।

ମୁଜିଦଙ୍କ ଏଭଳି କାର୍ଯ୍ୟକୁ ଚାରିଆଡ଼େ ପ୍ରଶଂସା କରାଯାଉଛି।

The post ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ appeared first on OTV Khabar..



from OTV Khabar. https://ift.tt/3hGuTFD
ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ Rajalaxmi Sahoo ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ Rajalaxmi Sahoo Reviewed by SUBHENDU BARAL on September 17, 2020 Rating: 5

No comments:

Powered by Blogger.