ନୂଆଦିଲ୍ଲୀ: ବିଶୃଙ୍ଖଳ ଆଚରଣ ପାଇଁ ୮ ସାଂସଦଙ୍କୁ ରାଜ୍ୟସଭାରୁ ସସ୍ପେଣ୍ଡ୍ କରାଯାଇଛି। କୃଷି ବିଲ୍ ଆଲୋଚନା ବେଳେ ହଙ୍ଗାମା କରିଥିବା ଏହି ୮ ସାଂସଦଙ୍କୁ ସପ୍ତାହେ ପାଇଁ ସସ୍ପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି। ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଏମାନଙ୍କୁ ସସ୍ପେଣ୍ଡ୍ କରିଛନ୍ତି।
ସସ୍ପେଣ୍ଡ୍ ହୋଇଥିବା ଏହି ୮ ସାଂସଦ ହେଲେ- ଡେରେକ୍ ଓବ୍ରାଏନ୍,ସଞ୍ଜୟ ସିଂ, ରାଜୁ ସତାଭ୍,କେକେ ରାଗେଶ,ରିପୁନ ବୋରା,ଡୋଲା ସେନ୍, ସୟଦ୍ ନାଜିର୍ ହୁସେନ୍ ଓ ଏଲାମରନ୍ କରିମ୍।
ସୂଚନାଥାଉ କି, ଗତକାଲି ରାଜ୍ୟସଭାରେ କୃଷି ବିଲ୍ ଆଲୋଚନା ବେଳେ କିଛି ସାଂସଦ ପୋଡିୟମ ଉପରକୁ ଚଢିବା ସହ ମାଇକ୍ ଛଡାଇବାକୁ ଚେଷ୍ଟା କରିଥିଲେ। ଏପରିକି ନିୟମ ପୁସ୍ତିକା ମଧ୍ୟ ଚିିରି ଦେଇଥିଲେ।
The post ରାଜ୍ୟସଭାର ୮ ସାଂସଦ ସସ୍ପେଣ୍ଡ୍ appeared first on OTV Khabar..
from OTV Khabar. https://ift.tt/3hNSGmY
ରାଜ୍ୟସଭାର ୮ ସାଂସଦ ସସ୍ପେଣ୍ଡ୍ Rajalaxmi Sahoo
Reviewed by SUBHENDU BARAL
on
September 20, 2020
Rating:
No comments: