କାନ୍ଦିଲେ ଦୀପିକା Rajalaxmi Sahoo

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲାର ତଦନ୍ତ କରୁଥିବା Narcotics Control Bureau (NCB) ଶନିବାର ଦୁଇ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ପାଖାପାଖି ୬ଘଣ୍ଟା ଧରି ଜେରା କରିଥିଲା। ଡ୍ରଗ୍ସ ଚାଟ୍‌କୁ ନେଇ ‌NCBର ଜେରା ବେଳେ ଦୀପିକା ୩ ଥର କାନ୍ଦି ଥିବା ସୂଚନା ମିଳିଛି।

ABP Live ର ରିପୋର୍ଟ ଅନୁସାରେ, NCB ଦୀପିକାଙ୍କୁ ସାଢ଼େ ୫ ଘଣ୍ଟା ଜେରା କରିଥିଲା। କୋଲାବାରେ ଥିବା NCB ଗେଷ୍ଟ ଅଫିସ୍‌ରେ ଦୀପିକା ସକାଳ ୧୦ଟା ପୂର୍ବରେ ପହଞ୍ଚିଥିଲେ ଓ ପାଖାପାଖି ସାଢ଼େ ୩ଟା ବେଳକୁ ସେ ସେଠାରୁ ବାହରିଥିଲେ।

ଜେରା ବେଳେ ଦୀପିକାଙ୍କୁ କାନ୍ଦିବା ଦେଖି ‘ଇମୋସ୍‌ନାଲ୍‌ କାର୍ଡ’ ନ ଖେଳିବା ପାଇଁ NCB ଅଧିକାରୀ କହିଥିଲେ ବୋଲି କିଛି ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଜେରା ପରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍, ରକୁଲ୍ ପ୍ରୀତ ସିଂହ, ଦୀପିକାଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶ, ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟା ଓ ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କ ଫୋନ୍‌କୁ ସିଜ୍‌ କରାଯାଇଛି।

NCB ହାତରେ ଲାଗିଥିବା ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶ ଓ ଦୀପିକାଙ୍କ ହ୍ୱାଟ୍ସଆପ୍‌ ଚାଟ୍‌କୁ ଦୀପିକା ସ୍ୱୀକାର କରିଥିବା ବେଳେ ହାଶ୍‌ କିମ୍ବା ଅନ୍ୟ ଡଗ୍ସ ସେବନ କଥାକୁ ସେ ଖଣ୍ଡନ କରିଛନ୍ତି।

ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ପଛରେ ଡ୍ରଗ୍ସ ଲିଙ୍କ୍‌ ତଦନ୍ତ କ୍ରମରେ ବଲିଉଡ୍‌ରେ ଡ୍ରଗ୍ସ କାରବାରକୁ ନେଇ  NCB ତଦନ୍ତ କରୁଛି। ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ବେଳେ ବଲିଉଡ୍‌ର ବଡ଼ ବଡ଼ ଚେହାରେ ସାମ୍ନାକୁ ଆସିଥିଲା।

The post କାନ୍ଦିଲେ ଦୀପିକା appeared first on OTV Khabar..



from OTV Khabar. https://ift.tt/3j9iD1V
କାନ୍ଦିଲେ ଦୀପିକା Rajalaxmi Sahoo କାନ୍ଦିଲେ ଦୀପିକା Rajalaxmi Sahoo Reviewed by SUBHENDU BARAL on September 27, 2020 Rating: 5

No comments:

Powered by Blogger.