ନୂଆଦିଲ୍ଲୀ: ୨୦୨୧ ମସିହା ଆରମ୍ଭ ବେଳକୁ କୋଭିଡ୍-୧୯ ଭ୍ୟାକ୍ସିନ୍ ଉପଲ୍ଲବ୍ଧ ହୋଇପାରେ। ଏ ନେଇ ଆଶା କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି।
ତେବେ ଏହି ଭ୍ୟାକ୍ସିନ୍ କେବେ ଲଞ୍ଚ ହେବ ସେନେଇ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ୨୦୨୧ ପ୍ରଥମ ୩ ମାସ ଭିତରେ ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇଯାଇପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଯେଉଁମାନଙ୍କର ଏହାର ଅଧିକ ଆବଶ୍ୟକତା ରହିଛି, ସେମାନଙ୍କ ପାଇଁ ଏହି ଭ୍ୟାକ୍ସିନ୍ ଉପଲ୍ଲବ୍ଧ ହେବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଏହାର ପ୍ରଥମ ଡୋଜ୍ ନିଜେ ନେଲେ ଖୁସି ବ୍ୟକ୍ତ କରିବି। ଫଳରେ ଏହା ଉପରେ ଲୋକଙ୍କ ବିଶ୍ୱାସ ସୃଷ୍ଟି ହେବ। ‘Sunday Samvad’ ଶୀର୍ଷକ ଅନ୍ଲାଇନ୍ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେଇ ଏଭଳି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।
ଭ୍ୟାକ୍ସିନ୍ ଆସିଲେ ପ୍ରାରମ୍ଭିକ ଭାବେ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଫ୍ରଣ୍ଟଲାଇନ୍ କୋଭିଡ୍ ଯୋଦ୍ଧା, ଏକାଧିକ ରୋଗରେ ପୀଡ଼ିତ ବରିଷ୍ଠ ନାଗରିକଙ୍କୁ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
The post କେବେ ମିଳିବ କରୋନା ଭ୍ୟାକ୍ସିନ୍ ? ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ appeared first on OTV Khabar..
from OTV Khabar. https://ift.tt/2RoPh3u
No comments: