‘ଭତ୍ତା ଟଙ୍କା ନ ଦେବାରୁ ମାଡ଼ ମାରିଲେ ପୁଅ-ବୋହୂ’ Rajalaxmi Sahoo

କାମାକ୍ଷାନଗର: ବୃଦ୍ଧା ମାଆ ଓ ମାନସିକ ଅନଗ୍ରସର ଭଉଣୀଙ୍କୁ ନିର୍ଯାତନା ନେଇ ଅଭିଯୋଗ ହୋଇଛି।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଗାଁରୁ ଏଭଳି ଅଭିଯୋଗ ଆସିଛି।

୭୦ ବର୍ଷୀୟା ବୃଦ୍ଧା ରସ ନାୟକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ମାନସିକ ଅନଗ୍ରସର ଝିଅ ପାଉଥିବା ଭତ୍ତା ଟଙ୍କା ଓ ମିଳୁଥିବା ୫ କେଜି ଚାଉଳକୁ ପୁଅ-ବୋହୂ ମାଡ଼ ମାରି ଜୋରଜବରଦସ୍ତ ନେଇଯିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି।

ପୁଅ-ବୋହୂଙ୍କ ନାଁରେ ଅଭିଯୋଗ ଆଣି ରସ ନାୟକ କହିଛନ୍ତି, ‘ସେମାନେ ମୋତେ ଭତ୍ତା ଟଙ୍କା ମାଗିଲେ, ମୁଁ ଟଙ୍କା ନ ଦେବାରୁ ମୋଠୁ ଛଡ଼ାଇ ନେଇ ମୋତେ ମାଡ଼ ମାରିଲେ। ଏପରିକି ମୋତେ ଖାଇବାକୁ ଦେଉ ନାହାନ୍ତି। ମୋ ଝିଅ ଖାଇବାକୁ ଦେଉଛି।’

ଏପରିକି ଆଜକୁ ୧୧ ଦିନ ହେଲା ମା’ଝିଅଙ୍କୁ ପୁଅ-ବୋହୂ ଖାଇବାକୁ ଦେଉନଥିବା ଅଭିଯୋଗ ହୋଇଛି। ଫଳରେ ଗାଁ ନିକଟରେ ବିବାହ କରିଥିବା ରସ ନାୟକଙ୍କ ବଡ଼ ଝିଅ ସେମାନଙ୍କୁ ଖାଇବାକୁ ଦେଉଛନ୍ତି। ଏ ନେଇ ନ୍ୟାୟ ପାଇଁ କାମାକ୍ଷାନଗର ଥାନାରେ ଦ୍ୱାରସ୍ତ ହୋଇଛନ୍ତି ବୃଦ୍ଧା ଜଣକ।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ବୃଦ୍ଧାଙ୍କ ପୁଅ-ବୋହୂ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

The post ‘ଭତ୍ତା ଟଙ୍କା ନ ଦେବାରୁ ମାଡ଼ ମାରିଲେ ପୁଅ-ବୋହୂ’ appeared first on OTV Khabar..



from OTV Khabar. https://ift.tt/2GfuZa1
‘ଭତ୍ତା ଟଙ୍କା ନ ଦେବାରୁ ମାଡ଼ ମାରିଲେ ପୁଅ-ବୋହୂ’ Rajalaxmi Sahoo ‘ଭତ୍ତା ଟଙ୍କା ନ ଦେବାରୁ ମାଡ଼ ମାରିଲେ ପୁଅ-ବୋହୂ’ Rajalaxmi Sahoo Reviewed by SUBHENDU BARAL on September 01, 2020 Rating: 5

No comments:

Powered by Blogger.